ଗଣେଶ ପୂଜାରେ ସିଗାରେଟ୍‌ ଟାଣି ଟ୍ରୋଲ୍‌ ହେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଯାହା କଲେ ତାଙ୍କ ପ୍ରଶଂସକଙ୍କ ନଜରକୁ ଆସନ୍ତି। ଏଥର କିନ୍ତୁ ସଲମାନଙ୍କର କିଛି କାମ ତାଙ୍କ ଫ୍ୟାନମାନଙ୍କୁ ଆଦୌ ପସନ୍ଦ ଆସିନାହିଁ। ନିକଟରେ ସଳମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ସିଗାରେଟ୍‌ ଟାଣୁଥିବା ଦେଖାଯାଇଛି। ଆଉ ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର ତାଙ୍କୁ ଟ୍ରୋଲ୍‌ କରିଛନ୍ତି। କୁହାଯାଉଛି ସଲମାନ ତାଙ୍କ ଭଉଣୀ ଅର୍ପିତାଙ୍କ ଘରେ ଗଣେଶ ଉତ୍ସବ ପାଳନ ସମୟରେ ଡ୍ୟାନ୍ସ କରିବା ସହ ସିଗାରେଟ୍‌ ଟାଣିଥିଲେ। ଆଉ ଏହା ଦେଖିବା ପରେ ସଲମାନଙ୍କୁ ତାଙ୍କ ଫ୍ୟାନ ମାନେ କହିଛନ୍ତି ଟିକେ ଲଜ୍ୟା କରନ୍ତୁ ଭାଇଜାନ୍‌।

Share