Posted inଜାତୀୟ

ଗଣିତ ବଦଳାଇଦେଲେ ହେମନ୍ତ

ରାଞ୍ଚି,୨୪ା୧୨: ଜେଏମ୍‌ଏମ୍‌ ନିଜ ୪୬ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଏତେ ବଡ଼ ସଫଳତା ପାଇଛି। ଏହାସହ ଦଳର ନେତା ହେମନ୍ତ ସୋରେନ ଦ୍ୱିତୀୟଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପାକୁ ବିପୁଳ ସଫଳତା ମିଳିବା ପରେ ଜେଏମ୍‌ଏମ୍‌ ନିଜ ଘର ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଥିଲା। କଂଗ୍ରେସ ଏବଂ ଆର୍‌ଜେଡି ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିବାକୁ ଦଳ ପକ୍ଷରୁ ସ୍ଥିର କରାଯାଇଥିଲା। ଏହା ପୂର୍ବରୁ ୨୦୧୮ ମାର୍ଚ୍ଚରେ ଅକ୍ସଫୋର୍ଡ, ସସେକ୍ସ, ଏସେକ୍ସ ୟୁନିଭର୍ସିଟି ଏବଂ ଟାଟା ଇନ୍‌ଷ୍ଟିଚୁଟ୍‌ ଅଫ୍‌ ସୋସିଆଲ ସାଇନ୍ସର ଏକ ୧୨ ଜଣିଆ ଟିମ୍‌ ହେମନ୍ତଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ସେବେଠୁ ହେମନ୍ତ ଟୁଇଟର ଓ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଅତ୍ୟନ୍ତ ସକ୍ରିୟ ହୋଇଥିଲେ। ଲୋକ ସଭା ନିର୍ବାଚନରେ ପରାଜୟ ପରେ ସେ ରଣନୀତି ପରିବର୍ତ୍ତନ କରି ସବୁ ବର୍ଗର ଲୋକଙ୍କ ସହ ମିଶିବା ଆରମ୍ଭ କରିଥିଲେ। ସେ ‘ବଦଲାଓ୍ବ ଯାତ୍ରା’ ନାମରେ ଏକ ଯାତ୍ରା କରିଥିଲେ, ଯାହାକି ଗତ ଅକ୍ଟୋବର ୧୯ରେ ଶେଷ ହୋଇଥିଲା। ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ସଂରକ୍ଷଣର ପ୍ରତିଶ୍ରୁତି ତାଙ୍କୁ ଏହି ନିର୍ବାଚନରେ ସଫଳତା ଦେବାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଏଥର ତାଙ୍କ ନିର୍ବାଚନୀ ପ୍ରଚାରର ମୁଖ୍ୟ ସ୍ଲୋଗାନ ଥିଲା ‘ଝାଡ଼ଖଣ୍ଡ ମାଙ୍ଗେ ଯୁବା ସରକାର, ଝଡ଼ଖଣ୍ଡୀ ସରକାର’। ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପ୍ରତି ଆଦିବାସୀଙ୍କ କ୍ଷୋଭ ଓ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ହେମନ୍ତ ସେମାନଙ୍କ ପ୍ରକୃତ ବିକାଶର ସ୍ବପ୍ନ ଦେଖାଇଥିଲେ। ଫଳରେ ଏହି ନିର୍ବାଚନ ‘ରଘୁବର ବନାମ ହେମନ୍ତ’ରେ ପରିଣତ ହୋଇଥିଲା।

୬ ବର୍ଷ ପରେ କ୍ଷମତାକୁ ଫେରିଲେ

ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ୬ ବର୍ଷ ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆଦିବାସୀ ନେତା ଶିବୁ ସୋରେନଙ୍କ ପୁଅ ହେମନ୍ତ ବିଧାନସଭା ନିର୍ବାଚନରେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ। ୧୯୭୫ ଅଗଷ୍ଟ ୧୦ରେ ରାମଗଡ଼ ଜିଲାର ନେମ୍ରା ଗ୍ରାମରେ ଜନ୍ମିତ ହେମନ୍ତ ମେକାନିକାଲ ଇଞ୍ଜିନିୟରିଂ ପାସ୍‌ କରିଥିବା ତାଙ୍କର ଘନିଷ୍ଠ ସହଯୋଗୀମାନେ କହୁଥିବାବେଳେ ସେ ନାମାଙ୍କନପତ୍ର ଦାଖଲ ବେଳେ ଶିକ୍ଷାଗତ ଯୋଗ୍ୟତା ଇଣ୍ଟରମିଡିଏଟ୍‌ ପାସ୍‌ ବୋଲି ଦର୍ଶାଇଥିଲେ। ୨୦୦୫ରେ ସେ ପ୍ରଥମେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରି ଡୁମୁକାରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ଦଳୀୟ ବିଦ୍ରୋହୀ ପ୍ରାର୍ଥୀ ଷ୍ଟିଫେନ୍‌ ମାର୍ଣ୍ଡିଙ୍କଠାରୁ ହାରିଯାଇଥିଲେ। ୨୦୦୯ରେ ତାଙ୍କ ବଡ଼ଭାଇ ଦୁର୍ଗାଙ୍କ ପରଲୋକ ପରେ ହେମନ୍ତଙ୍କୁ ଦଳରେ ବଡ଼ ଦାୟିତ୍ୱ ମିଳିଥିଲା। ସେ ୨୦୦୯ ଜୁନ୍‌ ୨୪ରୁ ୨୦୧୦ ଜାନୁୟାରୀ ୪ ପର୍ଯ୍ୟନ୍ତ ରାଜ୍ୟ ସଭା ସଦସ୍ୟ ଥିଲେ। ପରେ ସେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୩ରେ ସେ ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ୨୦୧୪ ଡିସେମ୍ବର ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ।

ଗୁରୁଜୀଙ୍କ ଆଶୀର୍ବାଦ ନେଲେ


ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପରିଣାମ ଆସିବାରେ ଲାଗିଥିବାବେଳେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ ତାଙ୍କ ବାପା ତଥା ଦଳର ଅଧ୍ୟକ୍ଷ ଶିବୁ ସୋରେନ(ଗୁରୁଜୀ)ଙ୍କୁ ଭେଟିଥିଲେ। ସେ ବାପା ଏବଂ ମା’ ରୂପୀ ସୋରେନଙ୍କ ଚରଣ ସ୍ପର୍ଶ କରି ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ବାପାଙ୍କ ବାସଭବନ ପରିସରରେ ସେ ଏକ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା। ଜିନ୍ସ ପ୍ୟାଣ୍ଟ ଓ ଜ୍ୟାକେଟ ପିନ୍ଧି ତାଙ୍କର ସାଇକେଲରେ ଚକ୍କର ମାରୁଥିବା ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଆସିବା ପରେ ଏହାର ନାନା ରାଜନୈତିକ ନିହିତାର୍ଥ ବାହାର କରାଯାଉଛି। କଂଗ୍ରେସ ଓ ଆର୍‌ଜେଡି ସହ ମିଶି ନିର୍ବାଚନ ଜିତିଥିବାରୁ ଆଗକୁ ଏହି ଦୁଇଦଳକୁ ସାଙ୍ଗରେ ନେଇ ଏକ ସନ୍ତୁଳିତ ସରକାର ଚଳାଇବା ପାଇଁ ପ୍ରସ୍ତୁତ ବୋଲି ହେମନ୍ତ ଏକ ସୁଦୂରପ୍ରସାରୀ ରାଜନୈତିକ ବାର୍ତ୍ତା ଦେଇଥିବା କୁହାଯାଉଛି। ସେହିପରି ସାଇକେଲ ଚଳାଇ ସେ ଯୁବବର୍ଗଙ୍କ ପ୍ରତିନିଧିତ୍ୱର ସନ୍ଦେଶ ଦେଇଥିବା ମଧ୍ୟ କେତେଜଣ ରାଜନୈତିକ ବିଶ୍ଳେଷକ କହିଛନ୍ତି।

 

କାହିଁକି ଭୁଶୁଡ଼ିଲା ଭାଜପା ଦୁର୍ଗ

ଭାଜପାର ଝାଡ଼ଖଣ୍ଡ ଦୁର୍ଗ କାହିଁକି ଭୁଶୁଡ଼ିଲା ସେନେଇ ନାନା ଚର୍ଚ୍ଚା ହେଉଛି। ୨୦୦୦ ମସିହାରେ ବିହାରରୁ ଅଲଗା ହୋଇ ଝାଡ଼ଖଣ୍ଡ ସ୍ବତନ୍ତ୍ର ରାଜ୍ୟର ମାନତ୍ୟ ପାଇବା ପରେ ରାଜ୍ୟରେ ପ୍ରଥମଥର ପାଇଁ ଏକ ସ୍ଥିର ସରକାର ଦେଇଥିଲା ଭାଜପା। କିନ୍ତୁ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଏଥର ଯୁଦ୍ଧଭୂଇଁରେ ପରାଜିତ ହେବାକୁ ପଡ଼ିଛି। କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସହ ରଘୁବରଙ୍କ ଅହଂକାର ଓ ବହୁଥିବା ସରକାର ବିରୋଧୀ ହାଓ୍ବା ଭାଜପାର ଦୁର୍ଗ ପତନର କାରଣ ବୋଲି କୁହାଯାଉଛି। ରଘୁବର ଦାସଙ୍କ ସରକାର ଚେଟଙ୍ଗପୁର ଟେନାନ୍ସି ଆଇନ ଓ ସାନ୍ତାଳ ପ୍ରଗଣା ଟେନାନ୍ସି ଆଇନରେ ସଂଶୋଧନ ପାଇଁ ବିଫଳ ଉଦ୍ୟମ କରିଥିଲେ। ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି କୌଣସି ଅଣଆଦିବାସୀଙ୍କୁ ନିଜ ଜମି ବିକ୍ରି କରିପାରିବେ ନାହିଁ ବୋଲି ଏହି ପ୍ରସ୍ତାବିତ ଆଇନରେ ବ୍ୟବସ୍ଥା ରହିଥିଲା। ଏହାକୁ ନେଇ ରଘୁବରଙ୍କ ଛବି ଆଦିବାସୀ ବିରୋଧୀ ହୋଇଯାଇଥିଲା। ଏପରି କି ରଘୁବରଙ୍କ ଅହଂକାରୀ ବ୍ୟବହାରକୁ ନେଇ ତାଙ୍କ ଦଳର ଅନେକ ନେତା ଅଭିଯୋଗ କରିଆସୁଥିଲେ। ସେହିପରି ସିଏଏକୁ ନେଇ ଅସନ୍ତୁଷ୍ଟ ରାଜ୍ୟବାସୀ କେନ୍ଦ୍ରର ମୋଦି ସରକାରଙ୍କୁ ଜବାବ ଦେବାକୁ ଯାଇ ରଘୁବର ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri