Posted inଜାତୀୟ

ଗଣିତ ବଦଳାଇଦେଲେ ହେମନ୍ତ

ରାଞ୍ଚି,୨୪ା୧୨: ଜେଏମ୍‌ଏମ୍‌ ନିଜ ୪୬ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଏତେ ବଡ଼ ସଫଳତା ପାଇଛି। ଏହାସହ ଦଳର ନେତା ହେମନ୍ତ ସୋରେନ ଦ୍ୱିତୀୟଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପାକୁ ବିପୁଳ ସଫଳତା ମିଳିବା ପରେ ଜେଏମ୍‌ଏମ୍‌ ନିଜ ଘର ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଥିଲା। କଂଗ୍ରେସ ଏବଂ ଆର୍‌ଜେଡି ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିବାକୁ ଦଳ ପକ୍ଷରୁ ସ୍ଥିର କରାଯାଇଥିଲା। ଏହା ପୂର୍ବରୁ ୨୦୧୮ ମାର୍ଚ୍ଚରେ ଅକ୍ସଫୋର୍ଡ, ସସେକ୍ସ, ଏସେକ୍ସ ୟୁନିଭର୍ସିଟି ଏବଂ ଟାଟା ଇନ୍‌ଷ୍ଟିଚୁଟ୍‌ ଅଫ୍‌ ସୋସିଆଲ ସାଇନ୍ସର ଏକ ୧୨ ଜଣିଆ ଟିମ୍‌ ହେମନ୍ତଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ସେବେଠୁ ହେମନ୍ତ ଟୁଇଟର ଓ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଅତ୍ୟନ୍ତ ସକ୍ରିୟ ହୋଇଥିଲେ। ଲୋକ ସଭା ନିର୍ବାଚନରେ ପରାଜୟ ପରେ ସେ ରଣନୀତି ପରିବର୍ତ୍ତନ କରି ସବୁ ବର୍ଗର ଲୋକଙ୍କ ସହ ମିଶିବା ଆରମ୍ଭ କରିଥିଲେ। ସେ ‘ବଦଲାଓ୍ବ ଯାତ୍ରା’ ନାମରେ ଏକ ଯାତ୍ରା କରିଥିଲେ, ଯାହାକି ଗତ ଅକ୍ଟୋବର ୧୯ରେ ଶେଷ ହୋଇଥିଲା। ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ସଂରକ୍ଷଣର ପ୍ରତିଶ୍ରୁତି ତାଙ୍କୁ ଏହି ନିର୍ବାଚନରେ ସଫଳତା ଦେବାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଏଥର ତାଙ୍କ ନିର୍ବାଚନୀ ପ୍ରଚାରର ମୁଖ୍ୟ ସ୍ଲୋଗାନ ଥିଲା ‘ଝାଡ଼ଖଣ୍ଡ ମାଙ୍ଗେ ଯୁବା ସରକାର, ଝଡ଼ଖଣ୍ଡୀ ସରକାର’। ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପ୍ରତି ଆଦିବାସୀଙ୍କ କ୍ଷୋଭ ଓ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ହେମନ୍ତ ସେମାନଙ୍କ ପ୍ରକୃତ ବିକାଶର ସ୍ବପ୍ନ ଦେଖାଇଥିଲେ। ଫଳରେ ଏହି ନିର୍ବାଚନ ‘ରଘୁବର ବନାମ ହେମନ୍ତ’ରେ ପରିଣତ ହୋଇଥିଲା।

୬ ବର୍ଷ ପରେ କ୍ଷମତାକୁ ଫେରିଲେ

ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ୬ ବର୍ଷ ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆଦିବାସୀ ନେତା ଶିବୁ ସୋରେନଙ୍କ ପୁଅ ହେମନ୍ତ ବିଧାନସଭା ନିର୍ବାଚନରେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ। ୧୯୭୫ ଅଗଷ୍ଟ ୧୦ରେ ରାମଗଡ଼ ଜିଲାର ନେମ୍ରା ଗ୍ରାମରେ ଜନ୍ମିତ ହେମନ୍ତ ମେକାନିକାଲ ଇଞ୍ଜିନିୟରିଂ ପାସ୍‌ କରିଥିବା ତାଙ୍କର ଘନିଷ୍ଠ ସହଯୋଗୀମାନେ କହୁଥିବାବେଳେ ସେ ନାମାଙ୍କନପତ୍ର ଦାଖଲ ବେଳେ ଶିକ୍ଷାଗତ ଯୋଗ୍ୟତା ଇଣ୍ଟରମିଡିଏଟ୍‌ ପାସ୍‌ ବୋଲି ଦର୍ଶାଇଥିଲେ। ୨୦୦୫ରେ ସେ ପ୍ରଥମେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରି ଡୁମୁକାରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ଦଳୀୟ ବିଦ୍ରୋହୀ ପ୍ରାର୍ଥୀ ଷ୍ଟିଫେନ୍‌ ମାର୍ଣ୍ଡିଙ୍କଠାରୁ ହାରିଯାଇଥିଲେ। ୨୦୦୯ରେ ତାଙ୍କ ବଡ଼ଭାଇ ଦୁର୍ଗାଙ୍କ ପରଲୋକ ପରେ ହେମନ୍ତଙ୍କୁ ଦଳରେ ବଡ଼ ଦାୟିତ୍ୱ ମିଳିଥିଲା। ସେ ୨୦୦୯ ଜୁନ୍‌ ୨୪ରୁ ୨୦୧୦ ଜାନୁୟାରୀ ୪ ପର୍ଯ୍ୟନ୍ତ ରାଜ୍ୟ ସଭା ସଦସ୍ୟ ଥିଲେ। ପରେ ସେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୩ରେ ସେ ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ୨୦୧୪ ଡିସେମ୍ବର ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ।

ଗୁରୁଜୀଙ୍କ ଆଶୀର୍ବାଦ ନେଲେ


ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପରିଣାମ ଆସିବାରେ ଲାଗିଥିବାବେଳେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ ତାଙ୍କ ବାପା ତଥା ଦଳର ଅଧ୍ୟକ୍ଷ ଶିବୁ ସୋରେନ(ଗୁରୁଜୀ)ଙ୍କୁ ଭେଟିଥିଲେ। ସେ ବାପା ଏବଂ ମା’ ରୂପୀ ସୋରେନଙ୍କ ଚରଣ ସ୍ପର୍ଶ କରି ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ବାପାଙ୍କ ବାସଭବନ ପରିସରରେ ସେ ଏକ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା। ଜିନ୍ସ ପ୍ୟାଣ୍ଟ ଓ ଜ୍ୟାକେଟ ପିନ୍ଧି ତାଙ୍କର ସାଇକେଲରେ ଚକ୍କର ମାରୁଥିବା ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଆସିବା ପରେ ଏହାର ନାନା ରାଜନୈତିକ ନିହିତାର୍ଥ ବାହାର କରାଯାଉଛି। କଂଗ୍ରେସ ଓ ଆର୍‌ଜେଡି ସହ ମିଶି ନିର୍ବାଚନ ଜିତିଥିବାରୁ ଆଗକୁ ଏହି ଦୁଇଦଳକୁ ସାଙ୍ଗରେ ନେଇ ଏକ ସନ୍ତୁଳିତ ସରକାର ଚଳାଇବା ପାଇଁ ପ୍ରସ୍ତୁତ ବୋଲି ହେମନ୍ତ ଏକ ସୁଦୂରପ୍ରସାରୀ ରାଜନୈତିକ ବାର୍ତ୍ତା ଦେଇଥିବା କୁହାଯାଉଛି। ସେହିପରି ସାଇକେଲ ଚଳାଇ ସେ ଯୁବବର୍ଗଙ୍କ ପ୍ରତିନିଧିତ୍ୱର ସନ୍ଦେଶ ଦେଇଥିବା ମଧ୍ୟ କେତେଜଣ ରାଜନୈତିକ ବିଶ୍ଳେଷକ କହିଛନ୍ତି।

 

କାହିଁକି ଭୁଶୁଡ଼ିଲା ଭାଜପା ଦୁର୍ଗ

ଭାଜପାର ଝାଡ଼ଖଣ୍ଡ ଦୁର୍ଗ କାହିଁକି ଭୁଶୁଡ଼ିଲା ସେନେଇ ନାନା ଚର୍ଚ୍ଚା ହେଉଛି। ୨୦୦୦ ମସିହାରେ ବିହାରରୁ ଅଲଗା ହୋଇ ଝାଡ଼ଖଣ୍ଡ ସ୍ବତନ୍ତ୍ର ରାଜ୍ୟର ମାନତ୍ୟ ପାଇବା ପରେ ରାଜ୍ୟରେ ପ୍ରଥମଥର ପାଇଁ ଏକ ସ୍ଥିର ସରକାର ଦେଇଥିଲା ଭାଜପା। କିନ୍ତୁ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଏଥର ଯୁଦ୍ଧଭୂଇଁରେ ପରାଜିତ ହେବାକୁ ପଡ଼ିଛି। କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସହ ରଘୁବରଙ୍କ ଅହଂକାର ଓ ବହୁଥିବା ସରକାର ବିରୋଧୀ ହାଓ୍ବା ଭାଜପାର ଦୁର୍ଗ ପତନର କାରଣ ବୋଲି କୁହାଯାଉଛି। ରଘୁବର ଦାସଙ୍କ ସରକାର ଚେଟଙ୍ଗପୁର ଟେନାନ୍ସି ଆଇନ ଓ ସାନ୍ତାଳ ପ୍ରଗଣା ଟେନାନ୍ସି ଆଇନରେ ସଂଶୋଧନ ପାଇଁ ବିଫଳ ଉଦ୍ୟମ କରିଥିଲେ। ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି କୌଣସି ଅଣଆଦିବାସୀଙ୍କୁ ନିଜ ଜମି ବିକ୍ରି କରିପାରିବେ ନାହିଁ ବୋଲି ଏହି ପ୍ରସ୍ତାବିତ ଆଇନରେ ବ୍ୟବସ୍ଥା ରହିଥିଲା। ଏହାକୁ ନେଇ ରଘୁବରଙ୍କ ଛବି ଆଦିବାସୀ ବିରୋଧୀ ହୋଇଯାଇଥିଲା। ଏପରି କି ରଘୁବରଙ୍କ ଅହଂକାରୀ ବ୍ୟବହାରକୁ ନେଇ ତାଙ୍କ ଦଳର ଅନେକ ନେତା ଅଭିଯୋଗ କରିଆସୁଥିଲେ। ସେହିପରି ସିଏଏକୁ ନେଇ ଅସନ୍ତୁଷ୍ଟ ରାଜ୍ୟବାସୀ କେନ୍ଦ୍ରର ମୋଦି ସରକାରଙ୍କୁ ଜବାବ ଦେବାକୁ ଯାଇ ରଘୁବର ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଡି ମୋ ସ୍ବାମୀଙ୍କୁ ହଇରାଣ କରୁଛନ୍ତି, ସେ ବହୁତ ଅସୁସ୍ଥ ଅଛନ୍ତି:ସୁନୀତା

ନୂଆଦିଲ୍ଲୀ,୨୮।୩: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି ଏବଂ ତାଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ...

ଅନ୍ୟକୁ ଡରାଇବା ଧମକାଇବା କଂଗ୍ରେସର ସଂସ୍କୃତି…ଓକିଲଙ୍କ ଚିଠିକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅନ୍ୟମାନଙ୍କୁ ଭୟଭୀତ କରିବା ହେଉଛି କଂଗ୍ରେସର ପୁରୁଣା ସଂସ୍କୃତି। ମାତ୍ର ୫ଦଶନ୍ଧି ପୂର୍ବରୁ ସେ ଏକ ‘ପ୍ରତିବଦ୍ଧ...

ଭାଜପାରେ ମିଶିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ,୨୮।୩: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ଭାଜପାରେ ସାମିଲ ହୋଇଛନ୍ତି। କିଛି...

ଅଗ୍ନିବୀର ଯୋଜନାକୁ ନେଇ ସରକାର ନେବେ ବଡ ନିଷ୍ପତ୍ତି? ରାଜନାଥ ଦେଲେ ସୂଚନା

ନୂଆଦିଲ୍ଲୀ,୨୮।୩: ଅଗ୍ନିବୀର ଯୋଜନା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆବଶ୍ୟକତା ପଡେ ତେବେ...

ଛିଣ୍ଡିଲା କଥା! ମହାମେଣ୍ଟରେ ସମାଧାନ ହେଲା ସିଟ ଶେୟାରିଂ ପ୍ରସଙ୍ଗ, କାଲି ଘୋଷଣା

ପାଟନା,୨୮।୩: ବିହାରରୁ ଏକ ବଡ ଖବର ଆସିଛି, ଯେଉଁଠାରେ ଗ୍ରାଣ୍ଡ ଆଲାଇନ୍ସରେ ସିଟ ବଣ୍ଟନ ବିଷୟରେ ଆଲୋଚନା ହୋଇଛି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଏହି ବିଷୟରେ...

ଜିତିବାକୁ ନୁହେଁ ଏହି ବ୍ୟକ୍ତିଙ୍କୁ ପସନ୍ଦ ନିର୍ବାଚନରେ ହାରିବାକୁ

ମେଟ୍ଟୁରା,୨୮।୩: ବିଶ୍ୱର ଯେକୌଣସି ବ୍ୟକ୍ତି କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, କିନ୍ତୁ ତାମିଲନାଡୁରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିର୍ବାଚନରେ କେବଳ ହାରିବା...

ମୁଁ ଇଡିକୁ ଧନ୍ୟବାଦ ଦେବାକୁ ଚାହୁଁଛି… କୋର୍ଟରେ କାହିଁକି ସିସୋଡିଆଙ୍କ କଥା ଉଠାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ତାଙ୍କର ୬ ଦିନିଆ ଅଟକ...

ଶିବସେନାରେ ସାମିଲ ହେଲେ ଗୋବିନ୍ଦା, ଏହି ଆସନରୁ ଲଢିବେ ନିର୍ବାଚନ

ମୁମ୍ବାଇ,୨୮।୩: ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା। ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେଙ୍କ ଦଳ ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri