ଗଣିତରେ କପି କରି ଧରାପଡ଼ିଲେ ୨୮ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୨୬ା୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷାରେ ବୁଧବାର ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲାରେ ୨୮ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ହାତରେ ୨୭ଜଣ ଏବଂ ବୋର୍ଡ ସ୍କ୍ବାଡ୍‌ର ଚଢ଼ାଉ ବେଳେ ଜଣେ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ତନ୍ମଧ୍ୟରେ ପାରିକୁଳ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ୧୩, ଭୂଷଳ-କୀର୍ତ୍ତନପୁର ଏସ୍‌ଟିଏନ୍‌ ହାଇସ୍କୁଲରୁ ୩, ମୁକ୍ତାପଶି ଅଞ୍ଚଳ ହାଇସ୍କୁଲରୁ ୨, କୁଆଳୋ ଅଷ୍ଟଶମ୍ଭୁ ବିଦ୍ୟା ନିକେତନରୁ ୨, କଙ୍କଡ଼ାସୋଡ଼ା ସରକାରୀ ହାଇସ୍କୁଲରୁ ୨, ଡମଶାଳା ସରକାରୀ ହାଇସ୍କୁଲରୁ ୨, ଦୁଦୁରକୋଟ ଜନତାରାଜ ହାଇସ୍କୁଲରୁ ଜଣେ, ବାରିହାପୁର ହାଇସ୍କୁଲରୁ ଜଣେ, ନୂଆ ଭୁବନ ହାଇସ୍କୁଲରୁ ଜଣେ ଏବଂ ଲୋଧଣୀ ଆର୍‌କେଜେ ଉଚ୍ଚ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରୁ ଜଣେ ପରୀକ୍ଷାର୍ଥୀ ଥିବା ଡିଇଓଙ୍କ କାର୍ଯ୍ୟାଳୟର ବିଜ୍ଞାନ ସହାୟକ ସୁକାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।