Categories: ଜାତୀୟ

ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂଙ୍କ ପରଲୋକ: ଆଇନଷ୍ଟାଇନ୍‌ଙ୍କ ସିଦ୍ଧାନ୍ତକୁ କରିଥିଲେ ଚ୍ୟାଲେଞ୍ଜ୍‌

ପାଟନା,୧୪।୧୧: ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂଙ୍କର ଗୁରୁବାର ପରଲୋକ ଘଟିଛି। ପାଟନାରେ ୭୪ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ସେ ମାନସିକ ରୋଗ ସିଜୋଫ୍ରେନିଆରେ ପୀଡ଼ିତ ଥିଲେ। ସେ ଆଇନଷ୍ଟାଇନ୍‌ଙ୍କ ଆପେକ୍ଷିକ ସିଦ୍ଧାନ୍ତକୁ ଚ୍ୟାଲେଞ୍ଜ୍‌ କରିଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୋକ ବ୍ୟକ୍ତ କରିଛନ୍ତି।

Share