‘ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜୀବୀଙ୍କ ନୀରବତା ବିଡମ୍ବନା’: ସୃଜନିକାର ନବବର୍ଷର ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ

ବାଲିଆପାଳ,୩ା୧(ଡି.ଏନ.ଏ.)-ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜିବୀଙ୍କ ନୀରବତା ବିଡମ୍ବନା। ଏବେ କେନ୍ଦ୍ର ସରକାରଙ୍କ ଦେଶରେ ସଂଶୋଧିତ ନାଗରିକ ଆଇନ (ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ନେଇ ଆନ୍ଦୋଳନ, ଜଳାପୋଡା, ରାଲି, ଧାରଣା ଚାଲିଥିବା ବେଳେ ବୁଦ୍ଧିଜୀବୀମାନେ ନୀରବ ରହିବା ପରିତାପର ବିଷୟ। ସେମାନେ ଦେଶର ବୃହତର ସ୍ବାର୍ଥଦୃଷ୍ଟିରୁ ସ୍ପଷ୍ଟ ମତସାବ୍ୟସ୍ତ କରିବା ଅତି ଜରୁରୀ ବୋଲି ବୁଧବାର ବାଲିଆପାଳର ପୁରାତନ ସାରସ୍ବତ ଅନୁଷ୍ଠାନ ସୃଜନିକାର ନବବର୍ଷ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ସୃଜନିକା ସଭାପତି ସୁଧାଂଶୁ ଶେଖର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରେବତୀର ସମ୍ପାଦିକା ସୁବାସିନୀ ଜେନା ମୁଖ୍ୟଅତିଥି, ଉକତ୍ଳ ସମ୍ମିଳନୀ ରାଜ୍ୟ ସଭାପତି ଡ.ଅଦ୍ୱୈତ କୁମାର ପାତ୍ର ମୁଖ୍ୟବକ୍ତା, ଜଳେଶ୍ୱର ଦୀନକୃଷ୍ଣ ସ୍ମୃତିପରିଷଦର ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ, ଶିକ୍ଷକ ନେତା ନାରାୟଣ ପ୍ରସାଦ ସାହୁ, ଡା.ପ୍ରଦୀପ କୁମାର ମିଶ୍ର, କବି ଭରତ ଚନ୍ଦ୍ର ଦାସ, ଶାନ୍ତନୁ ପଟ୍ଟନାୟକ, ଗାୟକ ଜୟନ୍ତ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ା ସୃଜନିକା ଆବାହକ ଅଧ୍ୟାପକ ସୁକାନ୍ତ ଗିରି ଅତିଥି ପରିଚୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଦ୍ଧେନ୍ଦୁ ପାଣିଗ୍ରାହୀ, ସନ୍ନ୍ୟାସୀ ବେହେରା, ନଳିନୀକାନ୍ତ ପାଢୀ, ଅମରେନ୍ଦ୍ର ଦାସ, କବି ଭାରତୀ ସରିତା ମହାନ୍ତି, ଡ.ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ସାରସ୍ବତ ବନ୍ଧୁମିଳନ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବକୁ ପରିଚାଳନା କରିଥିଲେ ା ଅତିଥିମାନେ ଅନୁଷ୍ଠାନର ମୁଖପତ୍ର ସୃଜନିକା, କବୟିତ୍ରୀ ଶାନ୍ତିଲତା ପଣ୍ଡାଙ୍କ ଆମ୍ରପଲ୍ଲୀ, ସରିତା ମହାନ୍ତିଙ୍କ ମଧୁମକ୍ଷିକା, ବିଜୟ ପାତ୍ରଙ୍କ ଅୟସୀକାନ୍ତା ଆଦି ପୁସ୍ତକଗୁଡିକୁ ଅତିଥିମାନେ ଉନ୍ମୋଚନ କରିଥିଲେ ା ଉତ୍ସବରେ ରାଜ୍ୟର ୪୧ ଜଣ ଅବହେଳିତ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା ଅସିତ ପଣ୍ଡା, ଡ.କୃଷ୍ଣାକୁମାରୀ ନାୟକ, ସେହ୍ନଲତା ନାୟକ, ସୁଷମାରାଣୀ ମହାନ୍ତି, ଗୋପନାରାୟଣ ଜେନା ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବଳରାମ ସାହୁ, ଅରୁଣ ଜେନା, ଅରବିନ୍ଦ ବେହେରା, ବ୍ୟୋମକେଶ ସାହୁ, ରବିରଞ୍ଜନ ତ୍ରିପାଠୀ, ରାମରଞ୍ଜନ ରାଉତ, ଅଧ୍ୟାପକ ନିରଞ୍ଜନ ବେହେରା, ବିଜୟ ପରିଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri