ଗଞ୍ଜେଇ ବୋଝେଇ ପିକ୍‌ଅପ୍‌ ଜବତ: ଡ୍ରାଇଭର ଗିରଫ

କଣ୍ଟାମାଳ ,୨୭।୮(ଡି.ଏନ୍‌.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୋରିଗୁଭା ଛକରେ ମଙ୍ଗଳବାର ଏକ ଗଞ୍ଜେଇ ବୋଝେଇ ପିକ୍‌ଅପ ଭ୍ୟାନକୁ ପୋଲିସ ଜବତ କରିଛିି। ଗାଡ଼ି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଉକ୍ତ ଗାଡିରେ ପ୍ରାୟ ୬ କୁଇଣ୍ଟାଲ ୫୦କେଜି ଗଞ୍ଜେଇ ଥିବା ପୋଲିସ ସୂଚନା ଦେଇଛି। ନାରାୟଣପ୍ରସାଦରୁ ଏହା ସୋନପୁରକୁ ଚାଲାଣ ହେଉଥିବା ଜଣାପଡିଛି ।