ଗଞ୍ଜାମ ଜିଲାରେ ୯୯ ବିଦେଶ ଫେରନ୍ତା

ଛତ୍ରପୁର,୨୧ା୩(ଡି.ଏନ.ଏ)

କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାକୁ ଚାଇନା ଓ କୋରୋନା ପ୍ରଭାବିତ ଅନ୍ୟ କେତେକ ଦେଶରୁ ୯୯ଜଣ ଆସିଥିବା ରାଜ୍ୟ ସରଭେଇଲାନ୍ସ ୟୁନିଟ୍‌ ପକ୍ଷରୁ ଜିଲା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ତେବେ ଏହି ସଂଖ୍ୟାଠାରୁ ଅଧିକ ଲୋକ ଜିଲାକୁ ଆସିଛନ୍ତି। ପ୍ରତି ବ୍ଲକର ଟିମ୍‌ ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ଏହି ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହୋଇପାରିବ।
କେତେଜଣ ବିଦେଶରୁ ଆସି ଓଡିଶା ବାହାରେ ଥିବା ଏୟାରପୋର୍ଟରେ ଓହ୍ଲାଇ ଘରକୁ ଫେରିଛନ୍ତି। ତେଣୁ ରାଜ୍ୟ ଟିମ୍‌ ପାଖରେ ଏହାର ତଥ୍ୟ ନ ଥିବା ଜଣାପଡିଛି। ଆହୁରି ଜଣାଯାଇଛି ଯେ, ବ୍ରହ୍ମପୁର ମହାନଗର ନିଗମର ୫ ବିଦେଶ ଫେରନ୍ତା ନିଜ ଘରେ ଆଇସୋଲେଶନରେ ରହିଥିଲେ ା ସେମାନଙ୍କଠାରେ କାରୋନା ନେଇ ଲକ୍ଷଣ ଦେଖାଯାଇନାହିଁ ା ଅନ୍ୟପକ୍ଷରେ ୧୪ ଜଣଙ୍କୁ ଏବେ ମଧ୍ୟ ଠାବ କରାଯାଇପାରିନାହିଁ। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ସନ୍ଦେହ କରି ଏମକେସିଜି ମେଡିକାଲର କୋଭିଡ୍‌-୧୯ ଆଇସୋଲେଶନ ୱାର୍ଡରେ ରଖାଯାଇଛି। ୩୫ ବିଦେଶ ଫେରନ୍ତା ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେଥିମଧ୍ୟରେ ବ୍ରହ୍ମପୁର ମହାନଗର ନିଗମର ୧୯, ଖଲ୍ଲିକୋଟ ବ୍ଲକର ୬, ପାତ୍ରପୁର ବ୍ଲକର ୨, ହିଞ୍ଜିିଳି ବ୍ଲକର ୨, ଗଞ୍ଜାମ ବ୍ଲକର ୨, ରଙ୍ଗେଇଲୁଣ୍ଡା, କବିସୂର୍ଯ୍ୟନଗର, ଶେରଗଡର ଓ ଚିକିିଟି ବ୍ଲକର ଜଣେ ଲେଖାଏଁ ରହିଛନ୍ତି। ଜିଲାର ସମସ୍ତ ବିଦେଶ ଫେରନ୍ତାଙ୍କର ରେଜିଷ୍ଟ୍ରେଶନ ହୋଇପାରିନି। ସମସ୍ତଙ୍କ ରେଜିଷ୍ଟ୍ରେସନ ୧୦୪ ନମ୍ବରକୁ ଫୋନ୍‌ କରିବାକୁ ଉକ୍ତ ବିଦେଶ ଫେରନ୍ତାକୁ କହିବା ଏବଂ ଏଥିରେ ସହଯୋଗ କରିବାକୁ ସ୍ବାସ୍ଥ୍ୟ, ବ୍ଲକ, ଏନ୍‌ଏସି, ତହସିଲ, ପୋଲିସ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ନିୟମିତ ଟ୍ରାକିଂ କରିବାକୁ ଅଙ୍ଗନୱାଡିକର୍ମୀମାନଙ୍କୁ କୁହାଯାଇଛି। ବିଦେଶ ଫେରନ୍ତାମାନେ ୧୪ ଦିନ ପର୍ଯ୍ୟନ୍ତ ଘରର ଅନ୍ୟ କୋଠରୀରେ ଏକୁଟିଆ ରହୁଛନ୍ତି କି ନାହଁି ତାକୁ ସେମାନେ ଦେଖିବେ। ସ୍ବାସ୍ଥ୍ୟର ଅବନତି ଦେଖିଲେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ବ୍ରହ୍ମପୁର ବଡମେଡିକାଲକୁ ନେବାକୁ ବ୍ୟବସ୍ଥା କରିବାକୁ ଅତିରିକ୍ତ ଜିଲାପାଳ ଅମୀୟ କୁମାର ସାହୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବାହାରୁ ଆସୁଥିବା ଟ୍ରକ୍‌ ଡ୍ରାଇଭର ଏବଂ ରେଲୱେ ଷ୍ଟେଶନରେ ଯାତ୍ରୀମାନଙ୍କର ସ୍କ୍ରିନିଂ କରାଯିବ। ଏମକେସିଜି, ସିଟି ହସ୍ପିଟାଲ, ଛତ୍ରପୁର, ଭଞ୍ଜନଗର ଓ ହିଞ୍ଜିଳି ଉପଖଣ୍ଡ ହସ୍ପିଟାଲ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌-୧୯ କର୍ନର କରାଯାଇଛି। ଏଥିସହ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରହେର ଆଇସୋଲେଶନ ୱାର୍ଡ ବ୍ୟବସ୍ଥା ହୋଇଛି ା ୧୦ ଦିନ ଧରି ଜିଲା ସାରା କରୋନା ନେଇ ସଚେତନ କରାଯିବ ା ଆଇସୋଲେଶନ ଓ୍ବାଡକୁ ସନ୍ଦିଗ୍ଧଙ୍କୁ ନେବା ପାଇଁ ୭ଟି ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ା ସେଥିମଧ୍ୟରେ ବ୍ରହ୍ମପୁରର ସିଟି ହସ୍ପିଟାଲ, ଭଞ୍ଜନଗର, ଛତ୍ରପୁର ଓ ହିଂଜିଳି ଉପଖଣ୍ଡ ହସ୍ପିଟାଲ, ସୋରଡା, ଖଲିକୋଟ ଓ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାନ ରହିଛି ା ବ୍ଲକ ଓ ସେକ୍ଟର ସ୍ତରରେ ୧୨୨ଟି ରାପିଡ୍‌ ରେସପନ୍ସ ଟିମ୍‌ର ବ୍ୟବସ୍ଥା କରାଯାଇଛି ଏବଂ ଏମାନେ ନଜର ରଖିବେ ା ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟସୋର୍ସିଂରେ ଅତିରିକ୍ତ ସୁରକ୍ଷା କର୍ମୀ ବ୍ୟବସ୍ଥା କରାଯାଇଛି ା ପ୍ରତି ବସରେ କ୍ଷମତାରୁ ମାତ୍ର ୫୦ ପ୍ରତିଶତ ଯାତ୍ରୀ ରହିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri