ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦେଶନାମା: ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୪।୪(ଡି.ଏନ.ଏ .)- ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ତାଲା ବନ୍ଦ ପରିପ୍ରେକ୍ଷିରେ ଅଧିକ କଠୋର କଟକଣା ଜାରି କରିଛନ୍ତି । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୯ ଘଣ୍ଟିଆ ସଟ୍‌ଡାଉନ ନିର୍ଦ୍ଦେଶ ଜାରି କରିଛନ୍ତି। ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଶର୍ଟଡାଉନ କଟକଣା ରହିବ। ଆଦେଶ ମତେ ପୋଲିସ୍ ପାଟ୍ରୋଲିଂ ଅଧିକ କଡାକଡି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାହାରେ ବୁଲୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ପୋଲିସ୍ ଥାନାକୁ ଉଠାଇନେବ । ସ୍ଥଳ ବିଶେଷରେ ସେମାନଙ୍କ ବିରୁଦ୍ଧରେ ମହାମାରୀ ରୋଗ ନିୟମ ମୁତାବକ ମାମଲା ଦାୟର କରାଯିବ। ଗଣମାଧ୍ୟମକୁ ଏଥିରୁ ବାଦ୍ ଦିଆଯାଇଛି। ପ୍ରତ୍ୟହ ମଧ୍ୟାହ୍ନ ୧୨ଘଣ୍ଟା ଠାରୁ ପରଦିନ ସକାଳ ୭ଘଣ୍ଟା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିକୁ ବାହାରକୁ ବାହାରିବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ମଟର ସାଇକେଲ ଏହି ସମୟ ମଧ୍ୟରେ ରାସ୍ତାକୁ ବାହାରି ପାରିବେ ନାହିଁ। ଜିଲାର କୌଣସି ଠାରେ କୌଣସି ଦୋକାନ ଏହି ସମୟ ମଧ୍ୟରେ ଖୋଲାଯାଇ ପାରିବ ନାହିଁ। ଔଷଧ ଦୋକାନ ଯେଉଁ ଗୁଡିକୁ ପ୍ରଶାସନ ଅନୁମତି ପ୍ରଦାନ କରିଥିବ ସେହି ଗୁଡିକ କେବଳ ଖୋଲାଯାଇ ପାରିବ। ଏଥିପାଇଁ ସ୍ଥାନୀୟ ଡ଼୍ରଗ୍ ଇନ୍ସପେକ୍ଟର କିମ୍ବା ସହରାଞ୍ଚଳ ନିର୍ବାହୀ ଅଧିକାରୀ ଅନୁମତି ପ୍ରଦାନ କରିବା ଆବଶ୍ୟକ। ଯେଉଁ ଔଷଧ ଦୋକାନ ଗୁଡିକ ଖୋଲା ରହିବ ତାହା ପରସ୍ପର ଠାରୁ ଅନ୍ତତଃ ୧୦୦ ମିଟର ଦୂରତ୍ବ ବଜାୟ ରଖିବେ। ଟେଲିଫୋନ୍ ଯୋଗାଯୋଗ ଦ୍ବାରା ଔଷଧ ପ୍ରଦାନ କରାଯାଇପାରିବ। ଶତ ପ୍ରତିଶତ ରୋଗୀ ସେବା ଟେଲିଫୋନ୍ ମାଧ୍ୟମରେ ପରିଚାଳନା କରିବାପାଇଁ କୁହାଯାଇଛି। ଡାକ୍ତର ଖାନାରେ ଜରୁରୀକାଳିନ ଓ୍ବାର୍ଡ କାର୍ଯ୍ୟକ୍ଷମ ରହିବ। ସମସ୍ତ ଘରୋଇ ଡାକ୍ତରଖାନା କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇ ରହିବ। ସ୍ଥାନୀୟ ତହସିଲଦାର ଏହାର ତଦାରଖ କରିବେ। କୌଣସି ରୋଗୀ ତହସିଲଦାର କିମ୍ବା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ବିନା ଡାକ୍ତରଖାନାକୁ ମୋଟରସାଇକେଲରେ ଆସିପାରିବେ ନାହିଁ। ନିଜ ଘରେ କ୍ବାରାଣ୍ଟାଇନ୍ରେ ଥିବା କୌଣସି ବ୍ୟକ୍ତି ବାହାରେ ବୁଲିଲେ ତାଙ୍କୁ ତୁରନ୍ତ ନେଇ ପ୍ରଶାସନିକ କ୍ବାରାଣ୍ଟାଇନ୍ କେନ୍ଦ୍ରରେ ରଖାଯିବ। ବୟସ୍କ ବ୍ୟକ୍ତିମାନଙ୍କୁ ବାହାରେ ବୁଲିବାପାଇଁ ନିଷେଧ କରାଯାଇଛି। ଅବମାନନା କଲେ ସେମାନଙ୍କୁ ମଧ୍ୟ କ୍ବାରାଣ୍ଟାଇନ୍ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ। କୌଣସି ବ୍ୟକ୍ତି ବାହାରକୁ ବାହାରିଲେ ତାଙ୍କର ମୁହଁକୁ ସମ୍ପୂର୍ଣ୍ଣ ଆବୃତ୍ତ କରି ରଖିବେ । ଯେଉଁମାନେ ଥଣ୍ଡା କିମ୍ବା କାଶରେ ଆକ୍ରାନ୍ତ ସେମାନେ ନିଜଘରେ ମଧ୍ୟ ମୁହ୍ଁକୁ ଆବୃତ କରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri