ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା ଆସନରୁ ୧୨ଟିରେ ଶଙ୍ଖ ଦଳ ବିଜୟ ବାନା ଉଡ଼ାଇଛି। କେବଳ ସାନଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। ଅପରପକ୍ଷରେ ଭାଜପାର ଶକ୍ତି ବୃଦ୍ଧି ପାଇଛି ଓ ନିର୍ବାଚନ ଇତିହାସରେ ଏହି ଜିଲାରେ ପ୍ରଥମ କରି କଂଗ୍ରେସକୁ ପଛରେ ପକାଇ ଭାଜପା ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛି। ତେବେ ଏହି ଜିଲାରେ ଭାଜପା ଖାତା ଖୋଲି ପାରିନାହିଁ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଲଗାତର ଭାବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମଥର ନିର୍ବାଚିତ ହୋଇଥିବା ବେଳେ ଦିଗପହଣ୍ଡି ସେଗମେଣ୍ଟରୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ୭ମ ଥର ନିର୍ବାଚିତ ହୋଇଛନ୍ତି। ସେହିପରି ଭଞ୍ଜନଗର ଆସନରୁ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ୬ଷ୍ଠ ଏବଂ ଚିକିଟି ନିର୍ବାଚନ ମଣ୍ଡଳୀରୁ ଷଷ୍ଠ ଥର ନିର୍ବାଚିତ ହୋଇଛନ୍ତି ମନ୍ତ୍ରୀ ଉଷା ଦେବୀ। ଗୋପାଳପୁର ଆସନରୁ ପ୍ରଦୀପ କୁମାର ପାଣିଗ୍ରାହୀ ଓ ସୋରଡ଼ାରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଲଗାତର ଭାବେ ୩ ଥର ଲେଖାଏ ଜିତି ଉଭୟ ହାଟ୍ରିକ ଅର୍ଜନ କରିଛନ୍ତି। ପୋଲସରାରୁ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି।
ବିଜେଡିର ନୂଆ ପ୍ରାର୍ଥୀ ବ୍ରହ୍ମପୁରରୁ ବିକ୍ରମ କୁମାର ପଣ୍ଡା, ଛତ୍ରପୁରର ସୁବାସ ଚନ୍ଦ୍ର ବେହେରା, ଆସିକାରୁ ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ଲତିକା ପ୍ରଧାନ ଓ ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଲଢ଼ୁଥିବା ବିଜେଡିର ୫ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୪ ନିର୍ବାଚିତ ହୋଇଥିବା ବେଳେ କେବଳ ସାନଖେମୁଣ୍ଡି ଆସନରୁ ନନ୍ଦିନୀ ଦେବୀ ପରାଜିତ ହୋଇଛନ୍ତି। କଂଗ୍ରେସରୁ ଜଣେ ବି ମହିଳାଙ୍କୁ ପ୍ରାର୍ଥୀ କରାଯାଇ ନ ଥିବା ବେଳେ ଭାଜପାରୁ ଦୁଇ ମହିଳା ପ୍ରାର୍ଥୀ ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ଓ ଖଲ୍ଲିକୋଟରୁ ଭାରତୀ ବେହେରା ପରାଜିତ ହୋଇଛନ୍ତି। ଆସିକା ଲୋକ ସଭା ବିଜେଡି ପ୍ରାର୍ଥିନୀ ପ୍ରମିଳା ବିଷୋୟୀ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…

ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…

ବାଇକ୍‌ରେ ଯାଉଥିଲେ, ପିଟି ଦେଲା ହାଇଓ୍ବା: ଚାଲିଗଲା ମ୍ୟାନେଜରଙ୍କ ଜୀବନ…   

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମ ନିକଟରେ ହାଇୱା ଟ୍ରକ (ନଂ. ଓଡ଼ି ୩୨ ଏଲ – ୧୧୦୭) ଧକ୍କାରେ ଜଣେ…

ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri