ଗଞ୍ଜାମ ଜିଲାପାଳଙ୍କ ଆଉ ଏକ ପଦକ୍ଷେପ: ନିଜେ ରକ୍ତ ଦେବାପରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ିର କଲେ ଶୁଭାରମ୍ଭ

ଶେରଗଡ,୧୭।୪(ଡି.ଏନ୍‌.ଏ.): ବିଭିନ୍ନ ଯୋଜନାର ସଫଳ ରୁପାୟନ ଠାରୁ ଆରମ୍ଭ କରି କରୋନା ମୁକାବିଲା ପର୍ଯ୍ୟନ୍ତ ସବୁଥିରେ ଆଗରେ ରହିଛି ଗଞ୍ଜାମ ଜିଲା। ଏ ନେଇ ଦୁଇ ଦିନ ତଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧୁବାଦ ଜଣାଇଥିଲେ। କରୋନା ଆରମ୍ଭ ହେବା ଠାରୁ ଏହାର ମୁକାବିଲା ଲାଗି ଜିଲାପାଳ କୁଲାଙ୍ଗେ ସକାଳୁ ରାତି ପର୍ଯ୍ୟନ୍ତ ପ୍ରସ୍ତୁତ ରହିଛନ୍ତି। ଏହି କ୍ରମରେ ଶୁକ୍ରବାର ଶେରଗଡ଼ ବ୍ଳକ ଅଲାରିଗଡ଼ ପଞ୍ଚାୟତରେ ରକ୍ତ ସଂଗ୍ରହ ଭ୍ରାମ୍ୟମାଣ ଭେନ୍‌କୁ ନିଜେ ରକ୍ତ ଦାନକରିବା ସହ ଉକ୍ତ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଏହି ଗାଡ଼ି ଜିଲାର ସମସ୍ତ ବ୍ଲକରେ ବୁଲି ରକ୍ତ ସଂଗ୍ରହ ଅଭିଯାନ ଜାରି ରଖିବ। ଦରକାର ପଡିଲେ ବିଡିଓମାନେ ନିଜ ବ୍ଲକର ସମସ୍ତ ପଞ୍ଚାୟତରେ ରକ୍ତଦାନ ଶିବିରକରି ଏହାକୁ ଜାରିରଖିବେ। ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ଏହା କହିଛନ୍ତି। ଆହୁରି ମଧ୍ୟ ସେ କହିଥିନ୍ତି ଯେ, ବର୍ତ୍ତମାନ କରୋନା ସତର୍କତାରେ ସମସ୍ତଙ୍କୁ ରହିବାକୁ ପଡ଼ିବ। ସମସ୍ତେ ମାସ୍କ ପିନ୍ଧି ଘରେ ରୁହନ୍ତୁ। ଅଯଥାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।
ବହୁଦିନ ହେବ ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଏକ ଭ୍ରାମ୍ୟମାଣ ଗାଡି ରକ୍ତ ସଂଗ୍ରହ ପାଇଁ ଆସି ପଡିରହିଥିଲା ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଜିଲାପାଳଙ୍କ ଦୃଷ୍ଟି ଏହି ଭେନ୍‌ ଉପରେ ପଡିଥିଲା। ଜିଲାପାଳଙ୍କ ହସ୍ତକ୍ଷେପ ପରେ ଏହି ଗାଡ଼ିର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ଶୁକ୍ରବାର ଦିନ ଏହି ଗାଡିକୁ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ବିଡିଓ ସୁରଞ୍ଜର କୁମାର ସାହୁ, ତହସିଲଦାର ଡ.ଦୟାସିନ୍ଧୁ ପରିଡା, ଅଙ୍ଗନଓ୍ବାଡି ସିଡିପିଓ ଜୟନ୍ତି ପାଟପିଙ୍ଗୁଆ, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ବ୍ଳକ ଅଧ୍ୟକ୍ଷା ସାରସ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ୨୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri