ଗଞ୍ଜାମରେ ୧୨,୨୨୧ ଜଣଙ୍କ ସ୍ବାବ ସଂଗ୍ରହ :୧,୧୦୭ ଜଣଙ୍କ ରିପୋର୍ଟକୁ ଅପେକ୍ଷା

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୨୨୧ ଜଣଙ୍କ ସ୍ବାବ ସଂଗ୍ରହ ହୋଇଛି। ଏଥିମଧ୍ୟରୁ ୧୦ ହଜାର ୪୧୬ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୬ ଜଣଙ୍କ ମୃତ୍ୟୁ ଘଟଛି। ଅପରପକ୍ଷେ ଆହୁରି ୧ ହଜାର ୧୦୭ ଜଣଙ୍କ ସ୍ବାବ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ, ଏଯାବତ୍‌ ୬୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭୬ ଜଣ ଚିକିତ୍ସାଧୀନ ଅଛନ୍ତି।