ଗଞ୍ଜାମରେ ସକାଳ ୭ ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ: ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଥିବା ସମସ୍ତ ବ୍ୟାଙ୍କ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସକାଳେ ଟୁଇଟ୍‌ କରି ଜଣାଇଛନ୍ତି। ବ୍ୟାଙ୍କଗୁଡିକରେ ଭିଡ଼ ନିୟନ୍ତ୍ରଣ କରିବା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା, ସାମାଜିକ ଦୂରତା ବଜାୟ ରଖିବା ଲାଗି ଏପରି ନିପେତ୍ତି ନିଆଯାଇଥିବା ଟୁଇଟ୍‌ରେ କୁହାଯାଇଛି। ସକାଳେ ଏହି ନିର୍ଦ୍ଦେଶନାମା ଜାରି ହୋଇଥିବାରୁ ପୂର୍ବଭଳି ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ବ୍ୟାଙ୍କ ଗୁଡିକ ଖୋଲିଥିବା ଦେଖିବାକୁ ମିଳିଛି।