ଗଞ୍ଜାମରେ ବୋମାମାଡ଼ ପୂର୍ବତନ ଏମ୍‌ପି ପ୍ରତିନିଧି, କାର୍‌ ଚାଳକ ଗୁରୁତର

ଗଞ୍ଜାମ,୨୩ା୮(ଡି.ଏନ.ଏ.)- ଗଞ୍ଜାମ ଥାନା ସାନବଜାରଠାରେ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ଏଥିରେ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ ଓ ତାଙ୍କ କାର ଚାଳକ ଗଣେଶ ବାରିକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗଣେଶଙ୍କ ଘର କରଣ ସାହି ଏବଂ ସୁଧୀରଙ୍କ ସାନବଜାର। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ଖବର ପାଇ ଥାନା ଅଧିକାରୀ ସୁଦାମ ମଲିକ ଓ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଗଞ୍ଜାମ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଣେଶ କାର ଚଳାଉଥିବାବେଳେ ସୁଧୀର ବସିଥିଲେ। ଦୁର୍ବୃତ୍ତମାନେ ବାଇକରେ ଆସି ହଠାତ୍‌ ବୋମାମାଡ଼ କରି ଖସି ପଳାଇଥିଲେ। ପ୍ରକାଶ ଯେ, ପୂର୍ବରୁ ମଧ୍ୟ ସୁଧୀରଙ୍କ ଉପରକୁ ଦୁଇଥର ଗୁଳିମାଡ ହୋଇଥିଲା। ମାତ୍ର ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ଘଟିଥିବା ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଏସ୍‌ପି ଯାଞ୍ଚ କରୁଥିବାବେଳେ ମାମଲାର ତଦନ୍ତ ଭାର ନେଇଛନ୍ତି ଏସଡିପିଓ। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି। ଅଞ୍ଚଳରେ ଏନେଇ ଉତ୍ତେଜନା ଦେଖାଦେଇଛି।