ଗଞ୍ଜାମରେ ବେକାବୁ କରୋନା: ଜିଲାରେ ଆକ୍ରାନ୍ତ ସଂଖ୍ୟା ୮୩

ଭୁବନେଶ୍ୱର,୯।୫(ବ୍ୟୁରୋ): ପୁଣି ଚିନ୍ତା ବଢ଼ାଇଲା ଗଞ୍ଜାମ। ଜିଲାରେ ଶୁକ୍ରବାର ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଶନିବାର ୧୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଏବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ସର୍ବାଧିକ ଆକ୍ରାନ୍ତ ଜିଲା ଭାବେ ଗଞ୍ଜାମ ସ୍ଥାନ ବଜାୟ ରଖିଛି।