ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଛତ୍ରପୁର,୨୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୪୯ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରବିବାର ଟୁଇଟ କରି ସୂଚନା ଦିଆଯାଇଛି । ଗଞ୍ଜାମ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଏହି ବ୍ୟକ୍ତି ଜଣଙ୍କ କ୍ରୋନିକ, ଫୁସଫୁସ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି।