ଗଜ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ୍‌ : ହାତୀ ଗତିବିଧି ଜଗିବ ଡ୍ରୋନ୍‌

ଢେଙ୍କାନାଳ ଅଫିସ, ୨୩।୬ – ହାତୀ ପାଇଁ ସାରା ଦେଶରେ ନଁା କରିଛି ଢେଙ୍କାନାଳ। ରାଜ୍ୟରେ ସାତକୋଶିଆ ପରେ ହାତୀସଂଖ୍ୟାରେ ଜିଲାକୁ ମିଳିଛି ଦ୍ୱିତୀୟ ସ୍ଥାନ। ଅନ୍ୟପଟେ ଜିଲାର ସଂରକ୍ଷିତ ଜଙ୍ଗଲ ତଳି ଅଞ୍ଚଳରେ ହାତୀ-ମଣିଷ ମଧ୍ୟରେ ଚାଲିଥିବା ଅହରହ ସଂଘର୍ଷ ପାଇଁ ଅପବାଦ ମଧ୍ୟ କମ୍‌ ନୁହେଁ। ଖାସ୍‌ କରି ଟ୍ରେନ୍‌ ଧକ୍କା, ବିଦ୍ୟୁତ୍‌ ଆଘାତରେ ହାତୀମୃତ୍ୟୁ ସଂଖ୍ୟା ଏବେ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ରୋକିବାକୁ ବନ ବିଭାଗ ଆକ୍ସନ ମୁଡ୍‌ରେ। ଏଣିକି ହାତୀ ଚଳପ୍ରଚଳ କରୁଥିବା ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳର ଡ୍ରୋନ୍‌ ସ୍କାନରରେ ରହିବ। ସେହିପରି ହାତୀ ଯାତାୟତ ପାଇଁ ରେଲ୍‌ଓ୍ବେ ଟ୍ରାକ୍‌ ଭୂତଳ ରାସ୍ତା (ଅଣ୍ଡରପାସ୍‌) ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଦିଆଯିବାକୁ ନିଷ୍ପତ୍ତି ହୋଇଛି।
ଢେଙ୍କାନାଳ ସଦର ରେଞ୍ଜ୍‌ ଅଧୀନ ପଶାସିଂହ-କାଉଁରିଆପାଳ ମଧ୍ୟରେ ଥିବା ରେଳଧାରଣା ପାର ହେଉଥିବା ବେଳେ ଚଳିତ ୨୦ ତାରିଖରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ଜୀବନ ଯାଇଥିଲା। ଏଥିପାଇଁ ନିଜ ମୁଣ୍ଡକୁ ଦୋଷ ନେଇଥିଲା ବନ ବିଭାଗ। ଖୋର୍ଦ୍ଧାସ୍ଥିତ ପୂର୍ବତଟ ରେଲଓ୍ବେ ଡିଭିଜନ କାର୍ଯ୍ୟାଳୟକୁ କସନ ନୋଟିସ୍‌ ପଠାଯାଇ ନ ଥିବାରୁ ରେଳ ଧାରଣା ନିକଟରେ ଥିବା ହାତୀପଲ ସମ୍ପର୍କରେ ଡ୍ରାଇଭର ସୂଚନା ପାଇ ପାରି ନ ଥିଲେ। ଟ୍ରେନ୍‌ ବେଗ ନିୟନ୍ତ୍ରଣ କରାଯାଇ ନ ଥିଲା। ଫଳରେ ଟ୍ରେନ୍‌ ସହ ପିଟି ହୋଇ ଉକ୍ତ ମାଈ ହାତୀ ପ୍ରାଣ ହରାଇଥିଲା। ଗତ ୬ମାସ ମଧ୍ୟରେ ରେଳ ଦୁର୍ଘଟଣାରେ ୨ହାତୀଙ୍କ ମୃତ୍ୟୁ ପରେ ବନ ବିଭାଗର ଚେତା ପଶିଛି।
ବିଶେଷ କରି ସଦର ରେଞ୍ଜ ଗଦାଶିଳାଠାରୁ ମେରାମଣ୍ଡଳୀ ମଧ୍ୟରେ ୭୦ରୁ ଊର୍ଦ୍ଧ୍ୱ ହାତୀ ଅଧିକାଂଶ ସମୟରେ ଚଳପ୍ରଚଳ କରୁଛନ୍ତି। ଉକ୍ତ ବ୍ୟସ୍ତବହୁଳ ରେଳପଥରେ ଢେଙ୍କାନାଳ-ତାଳଚେର, ଅନୁଗୋଳ-ସମ୍ବଲପୁରକୁ ବହୁସଂଖ୍ୟାରେ ମାଲ୍‌ଗାଡି, ଯାତ୍ରୀବାହୀ ଟ୍ରେନ୍‌ ଯାତାୟାତ କରୁଛନ୍ତି। ଉକ୍ତ ରେଳଲାଇନ୍‌ ହାତୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ସମ୍ପୃକ୍ତ ଅଞ୍ଚଳରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ୨ଟି ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସେଥିରୁ ଗୋଟିଏ ଗଦାଶିଳା ଏବଂ ଅନ୍ୟଟି ମେରାମଣ୍ଡଳୀ ଅଞ୍ଚଳରେ ମୁତୟନ ହେବ। ଡ୍ରୋନ୍‌ କ୍ୟାମେରାରେ ହାତୀପଲ ଗତିବିଧିକୁ ଅନୁଧ୍ୟାନ କରି ତଦନୁଯାୟୀ ରେଲଓ୍ବେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ସେହିପରି ଗଦାଶିଳା-ମେରାମଣ୍ଡଳୀ ମଧ୍ୟରେ ହାତୀପଲ ପାର ହେଉଥିବା ରେଳଧାରଣା ଅଞ୍ଚଳରେ ଅଣ୍ଡରପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ରେଲଓ୍ବେ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯିବ। ଏଥି ଲାଗି ସର୍ଭେ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ସଦାଶିବପୁର ରେଳ ଷ୍ଟେଶନ ଆଖପାଖ ଅଞ୍ଚଳରେ ହାତୀପଲକୁ ରେଳଧାରଣାରୁ ଦୂରେଇ ରଖିବାକୁ କାର୍ଯ୍ୟକାରୀ ହୋଇଥିବା ‘ହନି ବି ସାଉଣ୍ଡ୍‌ ପାଇଲଟ୍‌ ପ୍ରୋଜେକ୍ଟ’ (କୃତ୍ରିମ ଉପାୟରେ ମହୁମାଛି ଭଳି ଶବ୍ଦ ସୃଷ୍ଟି କରିବା) ଫେଲ୍‌ ମାରିଛି। ସଦର ରେଞ୍ଜରେ ହାତୀଙ୍କ ସମାଗମ ବନ ବିଭାଗର ନିଦ ହଜାଇଦେଇଛି। ଏହାପରେ ଉଭୟ ହାତୀ ଏବଂ ମଣିଷଙ୍କ ସୁରକ୍ଷା ଲାଗି ଆରମ୍ଭ ହୋଇଛି କସରତ।
ଏ ସଂକ୍ରାନ୍ତରେ ଡିଏଫ୍‌ଓ ସୁଦର୍ଶନ ପାତ୍ର କୁହନ୍ତି, ସଦର, ହିନ୍ଦୋଳ, ମହାବିରୋଡ ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ରେ ହାତୀ-ମଣିଷ ସଂଘର୍ଷ ବଢ଼ିବାରେ ଲାଗିଛି। ଏହା ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ସଦର ରେଞ୍ଜ୍‌ ଗଦାଶିଳାରୁ ମେରାମଣ୍ଡଳୀ ମଧ୍ୟରେ ଅଧିକାଂଶ ସମୟରେ ହାତୀପଲ ରେଳ ଧାରଣା ପାର ହେଉଛନ୍ତି। ସେମାନଙ୍କ ଗତିବଧି ଉପରେ ନଜର ରଖିବାକୁ ଡ୍ରୋନ୍‌ କ୍ୟାମେରା ବ୍ୟବସ୍ଥା ଏବଂ ରେଳଧାରଣା ତଳେ ଅଣ୍ଡରପାସ୍‌ ରାସ୍ତା ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri