ଗଜପତି ମହାରାଜାଙ୍କ ଭ୍ରମଣ ପୁସ୍ତକ ‘ମାଜେଷ୍ଟିକ୍‌ ମାରା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଭ୍ରମଣ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। କେନିଆର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ପୁସ୍ତକର ଶୀର୍ଷକ ‘ମାଜେଷ୍ଟିକ୍‌ ମାରା’ ରଖାଯାଇଛି। ଉନ୍ମୋଚନ ସମୟରେ କେନିଆ ଜାତୀୟ ଆସେମ୍ବ୍ଲିର ଉପବାଚସ୍ପତି ମୋଜେସ୍‌ ଚେବୋଇ ଓ ଭାରତରେ କେନିଆର ରାଷ୍ଟ୍ରଦୂତ ଓ୍ବିଲି ବେଟ୍‌ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପୁସ୍ତକଟିରେ ଗଜପତିଙ୍କ ପରିଦର୍ଶନ ସମୟର ଅନେକ ତଥ୍ୟ ଏବଂ ଚିତ୍ର ସମ୍ବଳିତ ରହିଛି।