‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର!

‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର!
ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଜନ୍ମଦିନ ପୂର୍ବରୁ ଏକ ଖୁସି ଖବର ଆସିଛି। ଆମିର ପୁଣିଥରେ ‘ଗଜନି’ ଲୁକ୍‌ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ୨୦୦୮ରେ ଆସିଥିବା ଏହି ଫିଲ୍ମ ସେତେବେଳେ ହିଟ୍‌ ହୋଇଥିବା ବେଳେ ଏହାର ରିମେକ୍‌ କଥା ଶୁଣି ପୁଣି କିଛି ଦର୍ଶକେ ଉତ୍ସାହିତ ହୋଇଥିବା ଦେଖାଯାଇଛି। ଅସଲକଥା ହେଲା ନିକଟରେ ରିଲାଏନ୍ସ ଏଣ୍ଟରଟେନମଣ୍ଟେ ପ୍ରଡକସନ୍‌ ହାଉସ୍‌ ଦ୍ୱାରା ଆମିରଙ୍କ ‘ଗଜନି’ ଫିଲ୍ମ ରିଲେଟେଡ ଏକ ପୋଷ୍ଟର ଶେୟାର କରାଯାଇଛି। ଏହାସହ ଲେଖାଯାଇଛି କି ଆମେ ଗଜନି ସମ୍ପର୍କରେ କିଛି କହିବାକୁ ଚାହୁଁଥିଲୁ। ହେଲେ ଆମେ ଭୁଲି ଯାଇଛୁ ଯେ ଆମେ କ’ଣ କହିବାକୁ ଚାହୁଁଥିଲୁ। ଏହାସହ ଆମିରଙ୍କୁ ଟ୍ୟାଗ କରାଯାଇ କୁହାଯାଇଛି ଯେ ଏଥିପାଇଁ ଗଜନିକୁ ଦୋଷ ଦିଆଯାଉ। ଏହାପରେ ଦର୍ଶକେ ଅନୁମାନ କରୁଛନ୍ତି କି ‘ଗଜନି’ର ସିକ୍ୟୁଏଲ ଅର୍ଥାତ୍‌ ‘ଗଜନି ୨’ ବୋଧେ ନିର୍ମାଣ କରାଯିବ। ପୂର୍ବଥର ଗଜନି ପାଇଁ ଆମିର ଖୁବ୍‌ ପରିଶ୍ରମ କରିଥିବା ବେଳେ ଯଦି ଏହାର ସିକ୍ୟୁଏଲ ନିର୍ମାଣ କରାଯିବ ତେବେ ଏଥିରେ ଲିଡ୍‌ ରୋଲରେ କେଉଁ ଅଭିନେତାଙ୍କୁ ଦେଖିବାକୁ ମିଳିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Share