ଗଛ ଲଗାଇବା ବାଧ୍ୟତାମୂଳକ: ନ ହେଲେ ମିଳିବନି ଡିଗ୍ରୀ ସାର୍ଟିଫିକେଟ

ମାନିଲା, ୩୦।୫: ଫିଲିପାଇନ୍ସ ସରକାର ବିପର୍ଯ୍ୟସ୍ତ ପରିବେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମର୍ମରେ ଦେଶରେ ନୂଆ ଆଇନ ପ୍ରଣୟନ କରାଯାଇଛି। ଛାତ୍ରୀଛାତ୍ର ୧୦ଟି ଗଛ ନ ଲଗାଇଲେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ସାର୍ଟିଫିକେଟ୍‌ ମିଳିବନି। ଇତିମଧ୍ୟରେ ଦେଶର ଜଙ୍ଗଲ ପରିମାଣ ୭୦ ପ୍ରତିଶତରୁ ୨୦ ପ୍ରତିଶତରେ ପହଞ୍ଚିଛି। ତେଣୁ ସରକାର ଆଗାମୀ ଦିନରେ ୫୨୫ ଶହ କୋଟି ଗଛ ଲଗାଇବାର ଯୋଜନା କରିଛନ୍ତି। ଏଠାରେ ପ୍ରତିବର୍ଷ ୫ ଲକ୍ଷ ଛାତ୍ରୀଛାତ୍ର ଗ୍ରାଜୁଏସନ୍‌ ଶେଷ କରିଥାନ୍ତି। ସେହିପରି ପ୍ରତିବର୍ଷ ଏକ କୋଟି ୭୫ ଲକ୍ଷ ଛାତ୍ରୀଛାତ୍ର ସ୍କୁଲ ତଥା କଲେଜ ଶିକ୍ଷା ଶେଷ କରିଥାନ୍ତି। ଏହି ଆଇନ ପ୍ରଣୟନ ପାଇଁ ଶାସକ ଦଳ ତଥା ବିପକ୍ଷ ପାର୍ଟିଙ୍କ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଥିବା କୁହାଯାଉଛି।

Share