Categories: ରାଜ୍ୟ

ଗଛ ଲଗାଅ, ପୃଥିବୀ ବଞ୍ଚାଅ ଅଭିଯାନ: ବିଦ୍ୟାଳୟରେ ଚାରାରୋପଣ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ନ ହେଲେ ଅତି ଶୀଘ୍ର ମାନବ ସମାଜ ସହ ପୃଥିବୀରେ ବସବାସ କରୁଥିବା ଜୀବଜଗତ ଲୋପ ପାଇବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ବୃକ୍ଷ(ଚାରା)ରୋପଣ ଉପରେ ସମ୍ପ୍ରତି ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ବୁଧବାର ନୟାଗଡ଼ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଖଣ୍ଡପଡ଼ା ସହରସ୍ଥିତ ରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ‘ଗଛ ବଞ୍ଚାଅ, ପୃଥିବୀ ବଞ୍ଚାଅ’ ସ୍ଲୋଗାନ ଦେଇ ଅଭିଯାନରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ/ଶିକ୍ଷକ ଓ ଅନ୍ୟମାନେ ସାମିଲ ହୋଇଥିଲେ। ବ୍ୟାଙ୍କ ମ୍ୟାନେଜର ପ୍ରଣବ ବାରିକ, ଜଟି ଶଙ୍କର ଜେନା, ପ୍ରକାଶ ପ୍ରଧାନ, ଯୁଧିଷ୍ଠିର ଯେନା, ସ୍ମୃତି ପ୍ରକାଶ ମଲ୍ଲିକ, ପ୍ରଦ୍ୟୁମ୍ନ କୁମାର ପଟ୍ଟନାୟକ, କ୍ରୀଡାବିତ୍‌ ଭିକାରୀ ଚରଣ ଖଣ୍ଡାୟତ, ସହକାରୀ ଶିକ୍ଷକ ନକୁଳ ଖୁଣ୍ଟିଆଙ୍କ ସମେତ ବିଦ୍ୟାଳୟ ଇକୋ କ୍ଲବର ସମସ୍ତ ଛାତ୍ରୀଛାତ୍ର ଅଭିଯାନରେ ସାମିଲ ହୋଇ ଫଳ ଓ ଔଷଧୀୟ ଚାରାରୋପଣ କରିଥିଲେ ।