ଗଛରେ ଝୁଲୁଛି ବ୍ୟକ୍ତିଙ୍କ ମୃତଦେହ

ପାଟଣା,୧୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସାନ ଜାମୁପଶି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ରାଜକିଶୋର ମୁଣ୍ଡା। ବୁଧବାର ସକାଳୁ ବକ୍ତିଙ୍କ ଘର ପାଖରେ ଥିବା ଏକ ଗଛରେ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପାଟଣା ଏସ୍‌ଆଇ ପହଞ୍ଚି ମୃତଦେହକୁ ଜବତ କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଥିଲେ। ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ପାରିବାରିକ କଳହରୁ ରାଜ କିଶୋର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।