‘ଗଙ୍ଗୁବାଇ କଠିଆଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀଙ୍କ ଅପ୍‌ କମିଂ ଫିଲ୍ମ ‘ଗଙ୍ଗୁବାଇ କଠିଆଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏହି ଫିଲ୍ମର ଟାଇଟଲ୍‌କୁ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଶେୟାର ହେବାର କିଛି ସମୟ ପରେ ଏହା ଭାଇରାଲ ହୋଇଛି। ପୋଷ୍ଟରରେ ଫିଲ୍ମର ନାମକୁ ଇଂଲିଶରେ ଲେଖାହୋଇଥିବା ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମର ପ୍ରଥମ ଲୁକ୍‌ ବୁଧବାର ଅର୍ଥାତ ଜାନୁୟାରୀ ୧୫ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଏଥିରେ ଦର୍ଶକେ ଆଲିଆଙ୍କ ଦମଦାର ଅଭିନୟକୁ ଦେଖିପାରିବେ। ଆଲିଆ ଏହି ଫିଲ୍ମରେ ଜଣେ ଗଙ୍ଗୁବାଇ କଠିଆଓ୍ବାଡିଙ୍କ ଚରିତ୍ରରେ ନଜର ଆସିବାକୁ ଥିବା ବେଳେ ଏହା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିବ। ଏହି ଫିଲ୍ମ ସେପ୍ଟେମ୍ବର ୧୧ରେ ବଡ଼ ପରଦାକୁ ଆସିବ।

Share