ଗଙ୍ଗା ସାଗରରେ ଲକ୍ଷାଧିକ ଶ୍ରଦ୍ଧାଳୁ: ୧୫ରେ ପୂର୍ଣ୍ଣସ୍ନାନ

ଭୋଗରାଇ,୧୨।୧(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣା ଜିଲା ସାଗରଦୀପର ଗଙ୍ଗାସାଗର ମେଳା ୧୦ ତାରିଖରୁ ଶୁଭାରମ୍ଭ ହୋଇଛି। ଏଥି ଲାଗି ଓଡ଼ିଶାରୁ ଅଦ୍ୟାବଧି ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଓଡ଼ିଆ ତୀର୍ଥଯାତ୍ରୀମାନେ ହଳଦିଆ, କୁକୁଡାହାଟି, ଡାଇମଣ୍ଡ ହାର୍‌ବୋର, କୋଲ୍‌କାତା ବାବୁର୍‌ହାଟ୍‌ରୁ ଆସି ଗଙ୍ଗାସାଗରକୁ ଯିବା ନିମନ୍ତେ ମୁରିଗଙ୍ଗା ନଦୀରେ ଭେସେଲରେ ପାର ହୋଇ ଗଙ୍ଗାସାଗରରେ ପହଞ୍ଚିଛନ୍ତି। ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଗଙ୍ଗାସାଗର ଆସୁଥିବା ଜିଲା ପ୍ରଶାସକ ଡ. ପି. ଉଲଡାଥାନ୍‌ ସୂଚନା ଦେଇଛନ୍ତି।