Categories: ଜାତୀୟ

ଗଙ୍ଗାରେ ମା’ଙ୍କ ଅସ୍ଥି ବିସର୍ଜନ କଲେ ବାଂଶୁରୀ

ନୂଆଦିଲ୍ଲୀ,୮।୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସ୍ବର୍ଗତା ସୁଷମା ସ୍ବରାଜଙ୍କ ଝିଅ ବାଂଶୁରୀ ସ୍ବରାଜ ଗୁରୁବାର ଗଙ୍ଗାରେ ମା’ଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସହ ପିତା ସ୍ବରାଜ କୌଶଲ ମଧ୍ୟ ଉପସ୍ଥିତ ଥିଲେ। ହାପୁରଠାରେ ଗଙ୍ଗା ନଦୀରେ ମା’ଙ୍କ ଅସ୍ଥି ବିସର୍ଜନ କରିବା ସମୟରେ ଉଭୟ ବାଂଶୁରୀ ଓ ପିତା ସ୍ବରାଜଙ୍କ ଆଖି ଭିଜି ଯାଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ସୁଷମାଙ୍କର ୬୭ ବୟସରେ ହୃଦଘାତରେ ପରଲୋକ ହୋଇଥିଲା। ଯାହାକୁ ସହଜରେ କେହି ଗ୍ରହଣ କରିପାରି ନ ଥିଲେ। ଭାଜପା ଜଣେ ବରିଷ୍ଠ ନେତ୍ରୀଙ୍କୁ ହରାଇବା ପ୍ରକାଶ କରିଥିଲା।

Share