Categories: ଫୁରସତ

ଗଙ୍ଗାରେ ବିସର୍ଜନ କଲେ କୁକୁର ଅସ୍ଥି

ପୁର୍ଣ୍ଣିଆ,୨୦।୨: ହିନ୍ଦୁ ପରମ୍ପରା ଅନୁସାରେ ମୃତକଙ୍କ ଅନ୍ତିମ ସଂସ୍କାର ପରେ ଅସ୍ଥି ଗଙ୍ଗାରେ ବିସର୍ଜନ କରାଯାଇଥାଏ। ତେବେ ବିହାର ପୁର୍ଣ୍ଣିଆ ଜିଲାରେ ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରର ଅସ୍ଥି ଗଙ୍ଗାରେ ବିସର୍ଜନ କରିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ମଧୁବନିରେ ବାସ କରୁଥିବା ପ୍ରବାସୀ ଭାରତୀୟ ପ୍ରମୋଦ ଚୌହ୍ବାନ ଏଭଳି କରିଛନ୍ତି। ସେ ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ରହୁଥିବା ସମୟରେ ତାଙ୍କର ୧୦ ବର୍ଷର ପୋଷା କୁକୁର ଲାଇକେନ୍‌ର ମୃତ୍ୟୁ ଘଟିଥିଲା। ପ୍ରମୋଦ ହିନ୍ଦୁ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରିଥିଲେ। ନିଜର ଅତି ପ୍ରିୟ କୁକୁର ଲାଇକେନ୍‌ର ଆତ୍ମାର ଶାନ୍ତି ଲାଗି ପ୍ରମୋଦ ଗୟାରେ ପିଣ୍ଡଦାନ କରିବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ୩୦ ଦିନ ପରେ ପ୍ରମୋଦ ଲାଇକେନ୍‌ ପାଇଁ ଏକ ଶ୍ରାଦ୍ଧ ଭୋଜି ଦେବେ ବୋଲି କହିଛନ୍ତି।

Share