ଗଙ୍ଗାଧର ମେହେର ଜୁନିୟର କଲେଜ ସ୍ଥାନାନ୍ତର, ବିଭାଜନକକୁ ବିରୋଧ

ସମ୍ବଲପୁର, ୨୭।୫ (ବ୍ୟୁରୋ): ଗଙ୍ଗାଧର ମେହେର ଜୁନିୟର କଲେଜକୁ ଅନ୍ୟତ୍ର ସ୍ଥାନାନ୍ତର ଓ ବିଭାଜନକୁ ବିରୋଧ କରାଯାଇଛି । ସୋମବାର ଏ ନେଇ କଲେଜ ଛାତ୍ରୀଛାତ୍ର ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସେମାନେ ୫ଦଫା ସମ୍ବଳିତ ଏକ ସ୍ମାରକପତ୍ର ସମ୍ବଲପୁର ଅତିରିକ୍ତ ଜିଲାପାଳ ଅଜୟ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି। ସ୍ଥାନାନ୍ତର କି ବିଭାଗଜନ କଲେ ଆନ୍ଦୋଳନ ଭୟାବହ ହେବ ବୋଲି ଏମାନେ ଚେତାବନୀ ଦେଇଛନ୍ତି । ସତ୍ୟବ୍ରତ ପ୍ରଧାନ, ମେହେନ୍ଦି କୁମ୍ଭାର, ଦୀପ୍ତିଶିଖା କୁଲୁ, ଅଲେଖ ପ୍ରସାଦ ପାତ୍ର, ସଙ୍ଗୀତା ମେହେର, ରୋଶନ କୁମାର, ଶ୍ୱାତୀ ହୋତା, ନିତୁ ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ସ୍ବେତପଦ୍ମା ସାମଲ ପ୍ରମୁଖ ସକାଳ ୮ଟାରେ ଗଙ୍ଗାଧର ମେହେର କଲେଜ ଛକରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ହସ୍ପିଟାଲ ରୋଡ, ମୁଦିପଡା ଛକ, କୁଞ୍ଜେଲପଡା ଛକ, ବଡସଡକ, ମ୍ୟୁନିସିପାଲଟି ଛକ ଦେଇ ଏମାନେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚତ୍ଥିଲେ । ସେଠାରେ ଗଙ୍ଗାଧର ମେହେର ଜୁନିୟର କଲେଜକୁ ଅନ୍ୟତ୍ର ସ୍ଥାନାନ୍ତର ଓ ବିଭାଜନକୁ ବିରୋଧ କରି ସ୍ଲୋଗାନ ଦେଇଥିଲେ । ପୁରାତନ ଛାତ୍ର ସଂଘ ସଭ୍ୟମାନେ ମଧ୍ୟ ଏଥିରେ ସାମିଲ ଥିଲେ । ତେବେ ଏ ନେଇ କଲେଜ ଦ୍ୱିତୀୟ ବର୍ଷ ଛାତ୍ରୀ ସଙ୍ଗୀତା ମେହେର କହିଛନ୍ତି ଯେ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ନାମରେ କଲେଜ ନାମିତ ହୋଇଛି । ଏହା ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ତେଣୁ ଏହାର ସ୍ଥାନାନ୍ତର ପ୍ରଶ୍ନ ଉଠୁନାହିଁ । ସମ୍ବଲପୁର ସହରର କେନ୍ଦ୍ର ସ୍ଥଳରେ କଲେଜ ରହିଛି । ଏଠାରୁ ରେଳ ଷ୍ଟେଶନ ଓ ବସ ଷ୍ଟାଣ୍ଡ ପାଖ। ତେଣୁ ହୀରାକୁଦ, ବୁର୍ଲା, ରେଙ୍ଗାଲି, ମାନେଶ୍ୱର, ଧମା, ଗୋଶାଳା ପ୍ରଭୃତି ଅଞ୍ଚଳର ଛାତ୍ରୀଛାତ୍ର ସୁବିଧାରେ କଲେଜ ଆସିଥାନ୍ତି । ଏଥିସହ ପଶ୍ଚିମ ଓଡିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏହି ସ୍ଥାନ ସୁବିଧାଜନକ ହୋଇଥାଏ। ସେହିପରି କଲେଜ ଛାତ୍ର ହେମାନନ୍ଦ ରୋହିଦାସ କହନ୍ତି ଯେ, କଲେଜର ଅବସ୍ଥିତି ଛାତ୍ରୀଛାତ୍ର ଓ ଅଭିଭାବକ, ଅଧ୍ୟାପିକା, ଅଧ୍ୟାପକମାନଙ୍କୁ ସୁହାଉଛି । ଅପରପକ୍ଷେ ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ର ସୁବିଧାରେ ଦୈନଦିନ ସାମଗ୍ରୀ ଓ ପାଠ୍ୟ ଉପକରଣ କିଣିବାକୁ କଲେଜ ସମ୍ମୁଖ ଦୋକାନ ଗୁଡିକ ଯିବା ଆସିବା କରିଥାନ୍ତି। ତେଣୁ ଏହାକୁ ସ୍ଥାନାନ୍ତର କଲେ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେବେ। ଏଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି କଲେଜକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିରୁ ନିବୃତ୍ତ ରୁହନ୍ତୁ। ନ ହେଲେ ବିରାଟ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିବ। ଫଳରେ ପରବର୍ତ୍ତୀ ସମୟରେ ସରକାର ହେଉ କି ଜିଲା ପ୍ରଶାସନ ଏହାକୁ ସମ୍ଭାଳିକା କଷ୍ଟକର ହୋଇ ପଡିବ। ଏଣୁ ବେଳ ଥାଉ ଥାଉ ଏଥିପ୍ରତି ଜିଲାପ୍ରଶାସନ, ଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri