ଖ୍ରୀଷ୍ଟୋଫର କଲମ୍ବସ୍‌ଙ୍କ ମୂର୍ତ୍ତି ଭାଙ୍ଗି ଦେଲେ ପ୍ରଦର୍ଶନକାରୀ

ଓ୍ବାଶିଂଟନ, ୧୧।୬: ଆମେରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହାର ଫଳ ସ୍ବରୂପ ବୋଷ୍ଟନରେ ଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ଙ୍କ ମୂର୍ତ୍ତିର ମୁଣ୍ଡ କେତେକ ପ୍ରଦର୍ଶନକାରୀ କାଟି ନେଇଛନ୍ତି। ସେହିପରି ଡାଉନ୍‌ଟାଉନ୍‌ ମିଆମିରେ ମଧ୍ୟ କଲମ୍ବସଙ୍କର ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। ଚଳିତ ସପ୍ତାହର ଆରମ୍ଭରେ ରିଚମଣ୍ଡ, ଭର୍ଜିନିଆରେ ଅନ୍ୟ ଏକ ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇ ନିକଟସ୍ଥ ହ୍ରଦରେ ଫିଙ୍ଗି ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ଉପନିବେଶବାଦୀ ଏବଂ ଦାସତ୍ୱବାଦୀଙ୍କ ମୂର୍ତ୍ତି ହଟାଇବା ପାଇଁ ଏଭଳି ଘଟଣା ପ୍ରଦର୍ଶନକାରୀଙ୍କ ଦ୍ୱାରା ଘଟି ଚାଲିଛି। ଗତ ମାସରେ ମିନିଆପୋଲିସ ସହରରେ ଜଣେ ଶ୍ୱେତାଙ୍ଗ ପୋଲିସ ଅଧିକାରୀଙ୍କ ଦ୍ୱାରା କୃଷ୍ଣକାୟ ଜର୍ଜ ଫ୍ଲୋୟର୍ଡଙ୍କୁ ହତ୍ୟା କରାଯିବା ପରେ ଦେଶରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ତେଜିବାରେ ଲାଗିଥିଲା।

Share