ଖ୍ରୀଷ୍ଟମାସରେ ରିଲିଜ ହୋଇଥିବା ଟପ୍‌-୫ ସଫଳ ଫିଲ୍ମ

ପ୍ରତ୍ୟେକ ବର୍ଷ ଖ୍ରୀଷ୍ଟମାସରେ ବଡ଼ ପରଦାରେ ରିଲିଜ ହୁଏ ବହୁ ଫିଲ୍ମ। ବିଶେଷ କରି ବଲିଉଡ୍‌ ଫିଲ୍ମ। ଚଳିତ ବର୍ଷ କରୋନା କାରଣରୁ ବଡ଼ ପରଦାରେ ରିଲିଜ ହୋଇପାରୁ ନାହିଁ କୌଣସି ଫିଲ୍ମ। ଜାଣନ୍ତୁ ଖ୍ରୀଷ୍ଟମାସରେ ସର୍ବାଧିକ ଆୟ କରିଥିବା ଟପ୍‌-୫ ବଲିଉଡ୍‌ ଫିଲ୍ମ ସମ୍ପର୍କରେ…

ତାଲିକାର ଶୀର୍ଷରେ ରହିଛି ୨୦୧୬ରେ ରିଲିଜ ହୋଇଥିବା ଆମିର ଖାନଙ୍କ ଫିଲ୍ମ ଦଙ୍ଗଲ। ସ୍ପୋଟର୍‌ସ ଆଣ୍ଡ୍‌ ଡ୍ରାମା ଭିତ୍ତିକ ଫିଲ୍ମଟି ଆୟ କରିଥିଲା ସର୍ବାଧିକ ୩୭୪.୫୩ କୋଟି ଟଙ୍କା । ଏହା ପଛକୁ ରହିଛି ସଲମାନ ଖାନ ଓ କଟ୍ରିନା କୈଫଙ୍କ ଫିଲ୍ମ ଟାଇଗର ଜିନ୍ଦା ହେ। ଭାଇଜାନଙ୍କ ଏହି ଆକ୍ସନ ଫିଲ୍ମ ୩୩୯ କୋଟି ଟଙ୍କାର ଲାଇଫ୍‌ ଟାଇମ ବିଜନେସ୍‌ କରିଥିଲା। ତାଲିକାର ତୃତୀୟରେ ରହିଛି ଆମିରଙ୍କ ପିକେ। ଏହି ବିବାଦୀୟ ଫିଲ୍ମ ଆୟ କରିଥିଲା ୩୩୭.୭୨ କୋଟି ଟଙ୍କାର । ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ପରିଚିତ ଅମିରଙ୍କ ଆଉ ଏକ ଫିଲ୍ମ ଧୂମ ୩ ତାଲିକାରେ ସ୍ଥାନ ପାଇଛି। ଏହାର ଆୟ ଥିଲା ୨୬୦.୩ କୋଟି ଟଙ୍କା। ତାଲିକାର ପଞ୍ଚମ ସ୍ଥାନ ହାତେଇଛି ରଣବୀର ସିଂଙ୍କ ଅଭିନିତ ଫିଲ୍ମ ସିମ୍ବା।  ରୋହିତ ଶେଟ୍ଟିଙ୍କ ଏହି କମେଡି-ଡ୍ରାମା ଫିଲ୍ମ ବକ୍ସ ଅଫିସରେ ଆୟ କରିଥିଲା ୨୩୯.୮୪ କୋଟି ଟଙ୍କା।

Share