ଖୋଲିଲା ରେଙ୍ଗାଳି ଡ୍ୟାମର୍‌ ୯ ନମ୍ବର ଗେଟ୍‌

କଣିହାଁ,୨୬।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀନଦୀର ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍‌ ଶନିବାର ଖୋଲାଯାଇଛି। ଜଳସ୍ତର ବୃଦ୍ଧି ଯୋଗୁ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ଷଷ୍ଠ ଥର ପାଇଁ ୯ ନମ୍ବର ଗେଟ୍‌ ଖୋଲାଯାଇଛି। ନଦୀବନ୍ଧକୁ ପ୍ରତି ସେକେଣ୍ଡରେ ୨୪୫୬ ଘନମିଟର ବନ୍ୟାଜଳ ପ୍ରବେଶ କରୁଛି। ଖୋଲାଯାଇଥିବା ଗେଟ୍‌ ଓ ପାୱାରହାଉସରୁ ପ୍ରତି ସେକେଣ୍ଡରେ ୨୨୨୧ ଘନମିଟର ଜଳ ନିଷ୍କାସିତ ହେଉଥିବା ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଜେନା ସୂଚନା ଦେଇଛନ୍ତି।