ଖୋଲିଲା ମାର୍କେଟ ବିଲ୍‌ଡିଂ: ନିୟମ ଉଲ୍ଲଘଂନ କଲେ ସବୁଦିନ ପାଇଁ ଦୋକାନ ବନ୍ଦ

ଭୁବନେଶ୍ୱର,୧୭।୬(ବ୍ୟୁରୋ)-କୋଭିଡ କଟକଣା ଉଲ୍ଲଘଂନ ଯୋଗୁ ଗତ ଶୁକ୍ରବାରଠାରୁ ଭୁବନେଶ୍ୱରସ୍ଥିତ ମାର୍କେଟ ବିଲ୍‌ଡିଂକୁ ସିଲ କରି ଦିଆଯାଇଥିଲା। ତେବେ ବୁଧବାରଠାରୁ ମାର୍କେଟ ବିଲ୍‌ଡିଂ ଖୋଲିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କୁହାଯାଇଛି। ଏ ନେଇ ବିଏମସି ପକ୍ଷରୁ କିଛି ସର୍ତ୍ତମୂଳକ ଅନୁମତି ଦିଆଯାଇଛି।
ସର୍ତ୍ତ ଅନୁଯାୟୀ,ଦୋକନୀମାନେ କୋଭିଡ ଗାଇଡ ଲାଇନ ପାଳନ କରିବାସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନିୟମ ଉଲ୍ଲଘଂନ କଲେ ପ୍ରଥମ ପର୍ଯ୍ୟାୟରେ ଦୋକାନ ସିଲ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଲାଇସେନ୍ସ ରଦ୍ଦ ହେବ। ତୃତୀୟ ପର୍ଯ୍ୟାୟ ନିୟମ ଉଲ୍ଲଘଂନ କଲେ ଦୋକାନକୁ ସବୁଦିନ ପାଇଁ ବନ୍ଦ କରାଯିବ ବୋଲି ବିଏମସି ଡେପୁଟି କମିଶନର ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।