Posted inରାଜ୍ୟ

ଖୋଲିବ ସେଲୁନ୍‌, ବିଉଟି ପାର୍ଲର, ଜଳଖିଆ ଦୋକାନ

ଭୁବନେଶ୍ୱର, ୨୦।୫(ବ୍ୟୁରୋ) : ଭୁବନେଶ୍ୱରରେ ଏବେ ସେଲୁନ୍‌, ବିଉଟି ପାର୍ଲର ଓ ଜଳଖିଆ ଦୋକାନ ଖୋଲିବ। ହେଲେ ବିଉଟିପାର୍ଲର ଓ ସେଲୁନ୍‌ରେ ଦୋକାନୀ ସମସ୍ତ ସତର୍କତା ଅବଲମ୍ବନ କରିବେ। ଥଣ୍ଡା, କାଶ, ଜ୍ୱର ଥିବା କର୍ମଚାରୀ ଆସିବେ ନାହିଁ। ସମସ୍ତେ ମାସ୍କ ପିନ୍ଧିବେ, ନିୟମିତ ହାତ ଧୋଇ ସେବା ଦେବେ। ସେହିପରି ରେଷ୍ଟୁରାଣ୍ଟ ଖୋଲା ରହିବ। କିନ୍ତୁ ସେଠାରେ ଖାଇବା ମନା, କେବଳ ପାର୍ସଲ ନେଇ ହେବ, ଜଳଖିଆ ଦୋକାନୀ କେବଳ ପାର୍ସଲ ଦେଇପାରିବେ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଙ୍ଗଳବାର ଜାରି କରିଥିବା ନୂତନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଲକ୍‌ଡାଉନ -୪ରେ ବିଏମ୍‌ସି ପକ୍ଷରୁ କଟକଣାକୁ କୋହଳ କରାଯିବା ସହ କିଛି କାର୍ଯ୍ୟକୁ ପୁନଃ ଆରମ୍ଭ କରିବାକୁ ଅନୁମତି ମିଳିଛି। ଭୁବନେଶ୍ୱରରେ ଏବେ ୨ଜଣ ସଂକ୍ରମିତ ସକ୍ରିୟ ଥିବାବେଳେ ବିଏମ୍‌ସି ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି।
ଏପର୍ଯ୍ୟନ୍ତ କରୋନା ପାଇଁ କୌଣସି ପ୍ରତିଷେଧକ ଟିକା ବାହାରି ନ ଥିବାବେଳେ ଭୁବନେଶ୍ୱରରେ ସମୟ ଅନ୍ତରାଳେ ପଜିଟିଭ୍‌ ଚିହ୍ନଟ ହୋଇଆସୁଛନ୍ତି। ତେଣୁ ଏଠାରେ କଟକଣା ସମ୍ପୂର୍ଣ୍ଣ କୋହଳ କରିଦେଲେ ପୁନଃ ସଂକ୍ରମଣ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ କଟକଣା ମଧ୍ୟରେ ବିଶେଷ କ୍ଷେତ୍ରରେ କୋହଳ କରିବା ପାଇଁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି। ତେବେ ବିଏମ୍‌ସି ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମା ଲାଗୁ ହେବା ସହ ବିଏମ୍‌ସିର ନିଜସ୍ବ କିଛି କଟକଣା ଲାଗୁ କରାଯିବ ବୋଲି ସେ କହିଛନ୍ତି।
ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣକୁ ବନ୍ଦ ରଖାଯାଇଛି। ବିମାନରେ କେବଳ ଅତ୍ୟାବଶ୍ୟକ ଓ ଡାକ୍ତରୀ ସାମଗ୍ରୀ ପରିବହନ ଅନୁମତି ଦିଆଯାଇଛି। ସେହିପରି ଅଟୋ, ଟ୍ୟାକ୍ସି, ରିକ୍ସାର ସାଧାରଣ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ କୁହାଯାଇଛି। ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିବା ପାଇଁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତ ସାମାଜିକ ଉତ୍ସବ, ବୈଠକ ଓ ସଭାକୁ ଭୁବନେଶ୍ୱର ଅଞ୍ଚଳରେ କରା ନ ଯିବାକୁ କୁହାଯାଇଛି। ସମସ୍ତ ଧାର୍ମିକ କ୍ଷେତ୍ରକୁ ବନ୍ଦ ରଖିବାକୁ କୁହାଯାଇଛି। ଯେଉଁମାନେ କ୍ୱାରାଣ୍ଟାଇନ୍‌ ସୁବିଧା ଯୋଗାଉଛନ୍ତି କିମ୍ବା ସରକାରୀ ସେବା ଯୋଗାଉଛନ୍ତି ସେମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଲଜ୍‌, ହୋଟେଲ, ଗେଷ୍ଟ ହାଉସ୍‌ ଓ ଅନ୍ୟ ଆତିଥ୍ୟ ପ୍ରଦାନ କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁରୂପ ଭାବେ ସମସ୍ତ ସିନେମା ହଲ୍‌, ଜିମ୍‌, ଗେମ୍‌ ପାର୍ଲର, ସ୍ପୋଟ୍ସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌, ପାର୍କ, ପ୍ରୋକ୍ଷାଳୟ, ବାର, ଶପିଂ ମଲ୍‌କୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅପରପକ୍ଷରେ ଭୁବନେଶ୍ୱରରେ ବର୍ତ୍ତମାନ ସମସ୍ତ ସରକାରୀ କାର୍ଯ୍ୟାଳୟ, ସମସ୍ତ ରିଟେଲର ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ସମସ୍ତ ବାଣିଜି୍ୟକ କାରବାର କରିବାକୁ କୁହାଯାଇଛି। ଲୋକଙ୍କୁ କେବଳ ହସ୍ପିଟାଲ ନେବା ଆଣିବା ପାଇଁ ଓଲା, ଉବେର ଭଳି ପରିବହନ ବ୍ୟବସ୍ଥାକୁ ଅନୁମତି ମିଳିଛି। ଘରୋଇ କାର୍ଯ୍ୟାଳୟଗୁଡ଼ିକରେ ୩୩% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ବିଏମ୍‌ସି ଅନୁମତି ଦେଇଥିବା ଜଣାପଡ଼ିଛି। ଏଥିସହ ଖୋଲାଯିବା ଦୋକାନ ଓ ସଂସ୍ଥାକୁ ସାମାଜିକ ଦୂରତ୍ୱ ବଜାୟ ରଖି କାମ କରିବା ପାଇଁ ବିଏମ୍‌ସି ପରାମର୍ଶ ଦେଇଛି।
ଏହାବ୍ୟତୀତ ସନ୍ଧ୍ୟା ୭ଟା ପରେ ରାସ୍ତାରେ ବାହାରେ ନ ବୁଲିବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି କେହି ସନ୍ଧ୍ୟା ୭ଟା ପରେ ଜରୁରୀ କାମ ବ୍ୟତୀତ ବାହାରକୁ ବାହାରନ୍ତି ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସବୁ ନିର୍ଦ୍ଦେଶର ଯିଏ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିୟମ ୨୦୦୫ର ୫୧ ଓ ୬୦ ଏବଂ ଆଇପିସିର ୧୮୮ ଦଫାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri