ଖୋଲିବ ଅନୁପ ସାଏଙ୍କ ପରକୀୟା ପାପର ପେଡ଼ି : ତଦନ୍ତ ପାଇଁ ଆସିବ ଛତିଶଗଡ଼ ପୋଲିସ

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ): ଝାରସୁଗୁଡା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରକୀୟା ପାପର ପେଡ଼ି ଖୋଲିବାକୁ ଓଡ଼ିଶା ଆସିବ ଛତିଶଗଡ଼ ପୋଲିସ। ଛତିଶଗଡ଼ରେ ମା’ ଓ ଝିଅଙ୍କୁ ହତ୍ୟା ପାଇଁ ଓଡ଼ିଶାରେ ହୋଇଥିବା ବ୍ଲୁ-ପ୍ରିଣ୍ଟ ପଛରେ ଲୁଚି ରହିଥିବା ଆଉ କିଛି ରହସ୍ୟ ଖୋଜିବ ପୋଲିସ ଟିମ୍‌। ଏଥିସହ ହତ୍ୟାକାଣ୍ଡ ସହ ଜଡିତ ସମସ୍ତ ଘଟଣା ଓ ସ୍ଥାନକୁ ନେଇ ମଧ୍ୟ ଖୋଳତାଡ଼ ହେବ। ତଦନ୍ତ ପାଇଁ ପର୍ଯ୍ୟାୟକ୍ରମେ ୩ ସ୍ବତନ୍ତ୍ର ଟିମ୍‌ ଓଡ଼ିଶା ଆସି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବ। ରାୟଗଡ଼ ଏସ୍‌ପି ସନ୍ତୋଷ ସିଂଙ୍କ ସୂଚନା ମୁତାବକ, ଭୁବନେଶ୍ୱର ସୁନ୍ଦରପଦାରେ ଥିବା ଅନୁପଙ୍କ ଫ୍ଲାଟରେ ମଧ୍ୟ ଛାନ୍‌ଭିନ୍‌ କରିବ ଛତିଶଗଡ଼ ପୋଲିସ। ମୃତ ମହିଳା ବ୍ରଜରାଜନଗରର କଳ୍ପନା ଦାଶ (୩୨)ଙ୍କୁ ରଖିବା ପାଇଁ ୨୦୧୧ରେ ଅନୁପ ଉକ୍ତ ଜମିକୁ ନିଜ ସ୍ତ୍ରୀଙ୍କ ନାମରେ କିଣି ସେଠାରେ ଫ୍ଲାଟ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ସେ ଫ୍ଲାଟରେ କଳ୍ପନାଙ୍କ ସହ ସମୟ ବିତାଉଥିଲେ। ଏପରି କି ବିଧାୟକ ଥିବାବେଳେ ସେ ଅଧିକାଂଶ ସମୟରେ ସେହି ଘରେ ରହୁଥିଲେ। ନିକଟରେ ଥିବା ଏକ ସ୍କୁଲରେ କଳ୍ପନାଙ୍କ ଝିଅ ବବ୍‌ଲିର ନାମ ଲେଖାଇବାବେଳେ ଅନୁପ ଅଭିଭାବକ ଭାବେ ଉଲ୍ଲେଖ କରିଥିଲେ। ହେଲେ କଳ୍ପନା ତାଙ୍କୁ ବିବାହ କରିବା ସହ ଉକ୍ତ ଫ୍ଲାଟକୁ ତାଙ୍କ ନାମରେ କରିବା ପାଇଁ ଅନୁପଙ୍କୁ କହିଥିଲେ। ନିଜର ସ୍ତ୍ରୀ ଓ ପିଲା ଥିବାରୁ ଅନୁପ ଏଥିରେ ରାଜି ହୋଇ ନ ଥିଲେ। ଏହା ଆଗକୁ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ବିପଦ ଆଣିବ ବୋଲି ଆଶଙ୍କା କରି ଅନୁପ ଉଭୟ ମା’ ଓ ଝିଅଙ୍କୁ ରାସ୍ତାରୁ ହଟାଇବା ପାଇଁ ଉକ୍ତ ଫ୍ଲାଟରୁ ହିଁ ଯୋଜନା କରିଥିଲେ। ତେଣୁ ଛତିଶଗଡ଼ ପୋଲିସ ଭୁବନେଶ୍ୱର ଆସି ଉକ୍ତ ଫ୍ଲାଟକୁ ଯିବ। ଆଖପାଖରେ ରହୁଥିବା ଲୋକଙ୍କୁ ପଚରାଉଚରା କରିବ। ଝିଅ ପଢ଼ୁଥିବା ସ୍କୁଲକୁ ଯାଇ ମଧ୍ୟ ଖୋଳତାଡ଼ କରିବ। ତେବେ ଛତିଶଗଡ଼ ପୋଲିସ ଟିମ୍‌କୁ କମିଶନରେଟ ପୋଲିସ ସମସ୍ତ ସହଯୋଗ କରିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଅନୁପ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲେ। କଳ୍ପନା ଓ ତାଙ୍କ ନାବାଳିକା ଝିଅଙ୍କୁ ଲୁହାରଡ଼ରେ ନିର୍ମମଭାବେ ହତ୍ୟାକରିବା ପରେ ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅନ୍ତର୍ଗତ ହମିରପୁର ଜଙ୍ଗଲ ରାସ୍ତାରେ ପକାଇ ଦେଇଥିଲେ। ଏହାପରେ ପରିଚୟ ଜଣା ନ ପଡ଼ିବା ପାଇଁ ଅନୁପଙ୍କ ନିର୍ଦ୍ଦେଶରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଦୁଇ ମୃତଦେହ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଶନିବାର ଡ୍ରାଇଭର ଟପ୍ପୋଙ୍କୁ ଗିରଫ କରିବା ପରେ ହତ୍ୟାରେ ବ୍ୟବହୃତ ଗାଡ଼ି ଓ ଲୁହାରଡ୍‌ ଜବତ ପାଇଁ ଛତିଶଗଡ଼ ପୋଲିସ ଉଦ୍ୟମ ଆରମ୍ଭ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଯେପରି ଉପଯୁକ୍ତ ଦଣ୍ଡ ମିଳିବ ସେଥିପାଇଁ ଆଉକିଛି ପ୍ରମାଣ ନିହାତି ଆବଶ୍ୟକ। ଓଡ଼ିଶା ଆସିଲେ ଏସବୁ ପ୍ରମାଣ ପାଇବାକୁ ଲକ୍ଷ୍ୟ ରଖିଛି ଛତିଶଗଡ଼ ପୋଲିସ ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri