Categories: ଜାତୀୟ

ଖୋଲିବାକୁ ପ୍ରସ୍ତୁତ ଧାର୍ମିକ ଅନୁଷ୍ଠାନ

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ପାଇଁ ମାର୍ଚ୍ଚ ଶେଷ ବେଳକୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ। ସେବେଠାରୁ ଦେଶରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ତେବେ ଜୁନ୍‌ ୧ରୁ ଦେଶରେ ଅନ୍‌ଲକ ୧.୦ ଲାଗୁ ହେବା ପରେ ଅନେକ ନିୟମରେ କୋହଳ କରାଯାଇଛି। ଏମିତିକି ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଉ କେଇଘଣ୍ଟା ପରେ ଦେଶରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ଖୋଲି ଦିଆଯିବ। ହେଲେ ଏହା ମଧ୍ୟରେ ପ୍ରବେଶ କରିବା ଓ ପୂଜାର୍ଚ୍ଚନା କରିବାରେ କିଛିଟା କଟକଣା ରଖାଯାଇଛି। ଯେମିତି ଭକ୍ତ ମନ୍ଦିରକୁ ଗଲେ ସୁଦ୍ଧା ମୂର୍ତ୍ତକୁ ସ୍ପର୍ଶ କରିପାରିବେ ନାହିଁ, ଘଣ୍ଟି ବଜାଇ ପାରିବେ ନାହିଁ, ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସାଦ ମଧ୍ୟ ମିଳିବ ନାହିଁ ଇତ୍ୟାଦି। ଏହାସହ ସାନିଟାଇଜେଶନ ଜରୁରୀ ବୋଲି ମଧ୍ୟ କୁହାଯାଇଛି। ଦୀର୍ଘ ଦିନ ପରେ ମନ୍ଦିରରେ ଭକ୍ତ ଭଗବାନଙ୍କର ମିଳନ ହେବକୁ ଥିଲା ବେଳେ ଏଥିରେ କିନ୍ତୁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ବୋଲି ପୂଜକମାନେ ସୂଚନା ଦେଇଛନ୍ତି।

Share