ଖୋଲା ସ୍ଥାନରେ ପୋଡ଼ାଯାଉଛି ବର୍ଜ୍ୟବସ୍ତୁ

ଯାଜପୁର ଅଫିସ,୧୬ା୧: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟରେ ଡାକ୍ତରୀ ଜୈବ ଆବର୍ଜନା(ବାୟୋ ମେଡିକାଲ ୱେଷ୍ଟ) ପରିଚାଳନାର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଯାଜପୁର ଜିଲାରେ ମେଡିଆରା ଆଡ୍‌ ପ୍ରାଇଭେଟ ଲିଃ ଓ ସାନି କ୍ଲିନ୍‌ ନାମକ ସଂସ୍ଥା କାର୍ଯ୍ୟ କରୁଛି। ତଥାପି ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ବୁଧବାର ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ଏକ ନର୍ସିଂହୋମର ବର୍ଜ୍ୟ ବସ୍ତୁ ନରସିଂହ ଚୌଧୁରୀ(ଏନ୍‌ସି) ହାଇସ୍କୁଲ ପରିସରରେ ପକାଇ ପୋଡି ଦେବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏନ୍‌ସି ହାଇସ୍କୁଲର ଶିକ୍ଷଣୀୟ ବାତାବରଣ ନଷ୍ଟ ହେବା ସହ ଆଖପାଖ ଅଞ୍ଚଳବାସୀ ବିଷାକ୍ତ ଧୂଆଁରେ ଅଣନିଃଶ୍ୱାସୀ ହୋଇ ପଡିଥିଲେ। ଏପରି କି ଏହି ନିଆଁ ଓ ଧୂଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ସହଯୋଗ ନେବାକୁ ପଡ଼ିଥିଲା। ଏହି ଘଟଣାରୁ ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା ହେଉଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।
ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ରକ୍ତଭିଜା ତୁଳା ସହିତ ପ୍ଲାଷ୍ଟିକ ସାଲାଇନ ବୋତଲ, ପରିସ୍ରାନଳୀ, ସିରିଞ୍ଜ, ପ୍ଲାଷ୍ଟିକ ଥଳି, ବ୍ୟବହୃତ ରକ୍ତର ଥଳି, କ୍ୟାଥେଟର ଓ ବ୍ୟବହୃତ ଗ୍ଲୋବ୍ସ ଆଦି ପଦାରେ ପଡୁଛି। ସାମାନ୍ୟ ପବନ ହେଲେ ଏହି ବିପଦପୂର୍ଣ୍ଣ କଠିନ ବର୍ଜ୍ୟବସ୍ତୁ ଜନବସତି ଆଡ଼କୁ ଉଡୁଛି। ବେସରକାରୀ ଡାକ୍ତରଖାନା, ପ୍ୟାଥୋଲ୍ୟାବ, ନର୍ସିଂହୋମ ଓ ସରକାରୀ ଡାକ୍ତରଖାନାର ଏହି ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ବିଶୋଧନ ପାଇଁ ନିୟୋଜିତ ସଂପୃକ୍ତ କମ୍ପାନୀମାନେ ତାଙ୍କ ଦାୟିତ୍ୱକୁ ଭୁଲି ଯାଇଛନ୍ତି। ଫଳରେ ଏହି ବର୍ଜ୍ୟବସ୍ତୁ ସଚରାଚରକୁ ଦୂଷିତ କରିବା ସହିତ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହା ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି ବୋଲି ଅଭିଯୋଗ ହୋଇଛି। ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ସହ ନର୍ସିଂହୋମଗୁଡ଼ିକ ଓଏସ୍‌ପିସିବି ସହିତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଚୁକ୍ତି କରିଛନ୍ତି। କେତେକ ନର୍ସିଂହୋମ ଓ ପାଥୋଲ୍ୟାବ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ କୁଣ୍ଠାପ୍ରକାଶ କରି ପ୍ରାଧିକରଣ କିମ୍ବା ନବୀକରଣ କରୁ ନାହାନ୍ତି। ଯଦ୍ୱାରା ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡିଛି। ଡାକ୍ତରଖାନା ଓ ନର୍ସିଂହୋମର ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ବିଶୋଧନ ପାଇଁ ଦାୟିତ୍ୱରେ ଥିବା ଠିକାସଂସ୍ଥା ସପ୍ତାହକୁ ଥରେ ଆସି ବର୍ଜ୍ୟବସ୍ତୁ ନେଇ ବିଶୋଧନ କରିବା ପରିବର୍ତ୍ତେ ତାହାକୁ କେଉଁଠି ପୋତି ଦିଆଯାଉଛି ତ ଅନ୍ୟ କେଉଁଠି ପୋଡି ଦିଆଯାଉଛି। ବୁଧବାର ସକାଳେ ଏନ୍‌ସି ହାଇସ୍କୁଲ ପରିସରରେ ଏହା ଦେଖିବାକୁ ମିଳିଛି। ଏହାଦ୍ୱାରା ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବାବେଳେ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ସୃଷ୍ଟି କରିଛି। ରୋଗୀ ତଥା ରୋଗୀଙ୍କ ପରିବାରବର୍ଗଙ୍କୁ ସଂକ୍ରମଣରୁ ରକ୍ଷା କରିବା ପରିବର୍ତ୍ତେ ଏଭଳି ବେଆଇନ କାର୍ଯ୍ୟ ସେମାନଙ୍କ ପାଇଁ ବିପଦାପନ୍ନ ହୋଇଛି। ଏହାଦ୍ୱାରା ମେଡିକାଲ ତଥା ସ୍କୁଲ ପରିସରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏନ୍‌ସି ହାଇସ୍କୁଲ ସମ୍ମୁଖରେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଏକାଧିକ ଔଷଧଦୋକାନ, ପାଥୋଲ୍ୟାବ ଆଦି ରହିଛି। ତେଣୁ ବର୍ଜ୍ୟବସ୍ତୁ ପୋଡ଼ିବା ଯୋଗୁ ୱାର୍ଡରେ ଚିକତ୍ସିତ ହେଉଥିବା ରୋଗୀଙ୍କ ପାଇଁ ମଧ୍ୟ ବିପଦ ବୋଲି ମତପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି କଠିନ ବର୍ଜ୍ୟବସ୍ତୁ ବାହାରେ ପକାଇ ପୋଡିବା ନିହାତି ଭାବେ ବେଆଇନ କାର୍ଯ୍ୟ। ଏନେଇ ଆବଶ୍ୟକ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri