Categories: ଜାତୀୟ

ଖୋଲାରେ ଶୌଚ: ଲଜ୍ଜା ଯୋଗୁ ମୂଷାମରା ଜହର ଖାଇଲେ ମହିଳା

ରାଞ୍ଚି, ୨୮।୫: ଝାଡ଼ଖଣ୍ଡ ଦଓ୍ବେଘରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳା ବାହାରେ ଶୌଚ ହେବା ଲଜ୍ଜାରୁ ମୁକ୍ତ ପାଇବା ଲାଗି ଘରେ ଥିବା ମୂଷାମରା ଜହର ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାହାରେ ଶୌଚ ହେବାକୁ ମହିଳା ସୀମା ଦେବୀ ଅମଙ୍ଗ ହେଉଥିଲେ। ଏନେଇ ତାଙ୍କୁ ମାନସିକ ଆଘାତ ଲାଗିବାରୁ ସେ ଏଭଳି କରିଥିବା ତାଙ୍କ ସ୍ବାମୀ ସୂରଜ ଚନ୍ଦ୍‌ କହିଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।

Share