Categories: ଫୁରସତ

ଖୋଲାରେ ପରିସ୍ରା ନ କରିବା ପାଇଁ ନିଆରା ପଦକ୍ଷେପ

ବେଙ୍ଗାଲୁରୁ: କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ ଜରିଆରେ ସାରା ଦେଶକୁ ସଫାସୁତରା ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହା ସତ୍ତ୍ୱେ ଲୋକେ ସଚେତନ ନ ହୋଇ ଖୋଲାରେ ପରିସ୍ରା କରୁଛନ୍ତି। ଏପରି ସମସ୍ୟା ଦେଖା ଦେଉଥିବାରୁ ବେଙ୍ଗାଲୁରୁ ନଗର ନିଗମ ଏକ ନିଆରା ପଦକ୍ଷେପ ନେଇଛନ୍ତି। ଯାହା ଜାଣିଲେ ପ୍ରଶଂସା ନ କରି ରହିପାରିବେନି। ବେଙ୍ଗାଲୁରୁ ମହାନଗର ପାଳିକା ସହରର କାନ୍ଥରେ ଆଇନା ଲଗାଇଛନ୍ତି। ଯାହାଦ୍ୱାରା ପରିସ୍ରା ପାଇଁ ଆସିଥିବା ଲୋକଙ୍କୁ ଲଜ୍ଜା ଲାଗିବ। ନଗର ନିଗମ ପକ୍ଷରୁ ଏହି ଆଇନା ସହିତ କ୍ୟୁଆର କୋଡ୍‌ ମଧ୍ୟ ଲଗାଯାଇଛି। ଯାହାକୁ ସ୍କାନ୍‌ କରି ସ୍ଥାନୀୟ ଶୌଚାଳୟ ସମ୍ପର୍କରେ ଜଣାପଡ଼ିବ। ମହାନଗର ପାଳିକା ସେଥିପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି କି ସାର୍ବଜନୀନ ସ୍ଥାନରେ ପରିସ୍ରା କଲେ ଲୋକଙ୍କୁ ଲାଜ ଲାଗିବା ସହ ସଚେତନ ହେବେ। ଏହା ପରେ କାନ୍ଥରେ ଦେବଦେବୀଙ୍କ ଫଟୋ ଲଗାଯିବା ସହ ସିସିଟିଭି ଲଗାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଜଣେ ଅଧିକାରୀ କହିଛନ୍ତି, ଖୋଲାରେ ପରିସ୍ରା କରିବା ଦ୍ୱାରା ଫୁଟ୍‌ପାଥରେ ଚାଲିବା କଷ୍ଟକର ହୋଇପଡ଼େ। ଏଥିରୁ ମୁକ୍ତି ପାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି।

Share