ଖୋର୍ଦ୍ଧା ସବ୍‌ଡିଭିଜନରେ ପୁଣି ୧୪ପଜିଟିଭ ଚିହ୍ନଟ

ଖୋର୍ଦ୍ଧା ଅଫିସ,୯।୬ : ଖୋର୍ଦ୍ଧା ସବ୍‌ଡିଭିଜନରେ ମଙ୍ଗଳବାର ପୁଣି ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବୋଲଗଡ ବ୍ଲକରୁ ୭, ବେଗୁନିଆ ବ୍ଲକରୁ ୪ ଏବଂ ବାଲୁଗାଁରୁ ୩ ଜଣ ଚିହ୍ନଟ ଅଛନ୍ତି । ସମସ୍ତ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ପରେ ସେମାନଙ୍କୁ ଭୁବନେଶ୍ବର କୋଭିଡ-୧୯ ମେଡିକାଲକୁ ପଠାଇ ଦିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।