ଖୋର୍ଦ୍ଧା ବିଧାନସଭା ୮ଆସନରୁ ୭ରେ ବିଜୟୀ ହୋଇ ସ୍ଥିତି ବଜାୟ ରଖିଲା ବିଜେଡି

ଖୋର୍ଦ୍ଧା ଅଫିସ,୨୪।୫:ଖୋର୍ଦ୍ଧା ଜିଲାର ୮ଟି ବିଧାନସଭା ଆସନ ମଧ୍ୟରୁ ୭ ଟିକୁ ଦଖଲକୁ ଆଣି ବିଜେଡ ସ୍ଥିତି ବଜାୟ ରଖିଛି । ୨୦୧୪ ନିର୍ବାଚନରେ ଚିଲିକା ବିଧାନସଭା ଭାଜପା ଦଖଲକୁ ଯାଇଥିବା ବେଳେ ୨୦୧୯ ନିର୍ବାଚନରେ ଚିଲିକା ଶାସକ ଦଳର ଅତିଆରକୁ ଆସିଛି । ଅନ୍ୟପକ୍ଷେ ଜଟଣୀ ବିଧାନସଭା ବିଜେଡିଠାରୁ କଂଗ୍ରେସ ହାତକୁ ଯାଇଛି। ବେଗୁନିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ୨୦,୦୪୮ ଭୋଟରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଏଠାରେ ରାଜେନ୍ଦ୍ର କୁମାର ସାହୁ ୭୩ , ୧୭୮, କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ୫୩, ୧୩୦ଓ ଭାଜପା ପ୍ରାର୍ଥୀ ରିଷଭ ନନ୍ଦ ୨୬, ୩୨୧ଭୋଟ ପାଇଛନ୍ତି ।
ଅନ୍ୟପକ୍ଷେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ୧୦,୦୪୩ ଭୋଟରେ ଭାଜପା ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଏଠାରେ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ୮୪, ୫୫୩, କାଳୁ ଚରଣ ଖଣ୍ଡେଇତରାୟ ୭୪ , ୫୧୦, କଂଗ୍ରେସ ପ୍ରାର୍ଥୀ ସ୍ବାଗତିକା ପଟ୍ଟନାୟକ ୪, ୨୬୮ ଭୋଟ ପାଇଛନ୍ତି । ଚିଲିକା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦ୍ଦେବ ୧୦,୮୫୬ ଭୋଟରେ ଭାଜପା ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନକୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଏଠାରେ ବିଜେଡି ପ୍ରାଥୀ ପ୍ରଶାନ୍ତ କୁମାର ଜଗଦ୍ଦେବ ୮୦, ୧୩୩, ଭାଜପା ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ ୬୯, ୨୭୭ ଓ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସ୍ବାଇଁ ୪, ୯୩୯ ଭୋଟ ପାଇଛନ୍ତି ।