ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ବିପର୍ଯ୍ୟୟ ରାଜସ୍ବ ସଚିବ: ପଚାରି ବୁଝିଲେ ରୋଗୀଙ୍କ ସମସ୍ୟା

ଖୋର୍ଦ୍ଧା ଅଫିସ,୬।୧୧: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ବିପର୍ଯ୍ୟୟ ରାଜସ୍ବ ସଚିବ ନିକୁଞ୍ଜ ବିହାରୀ ଧଳ ବୁଧବାର ପୂର୍ବାହ୍ନରେ ପହଞ୍ଚି ରୋଗୀ ସେବା ବିଷୟରେ ପଚାରି ବୁଝିଛନ୍ତି । ଏହା ସହ ରୋଗୀଙ୍କ ସ୍ବାସ୍ଥ୍ୟ ସେବା ନେଇ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ସେବା ସମ୍ପର୍କରେ ସେ କହିଛନ୍ତି ଯେ, ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷାଗାରରେ ବିଶେଷ ସମସ୍ୟା ରହିଛି । ଆଗାମୀ ଦିନରେ ଏହିସବୁ ଦିଗକୁ ଗୁରୁତ୍ୱ ଦିଆଯିବ। ସଚିବଙ୍କ ସହିତ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଏଡିଏମ୍‌ଓ ପ୍ରମୁଖ ଉପସ୍ଥିତ ଥିଲେ ।