ଖୋର୍ଦ୍ଧା ଜିଲା: ପାସ୍‌ହାର ୭୮.୬୭%ଭୁବନେଶ୍ୱରରେ ୮୨%

ଖୋର୍ଦ୍ଧା ଅଫିସ୍‌/ଭୁବନେଶ୍ୱର,୨୨।୫(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୨୦୧୯ ମାଟ୍ରିକ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାରେ ୭୮.୬୭ପ୍ରତିଶତ ପାସ୍‌ହାର ରହିଛି। ଜିଲାର ୩୩୮ ସ୍କୁଲର ୨୮,୨୫୯ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ୍‌ କରିଥିଲେ। ସେଥିରୁ ୩୪୧ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ୧୨୫ କେନ୍ଦ୍ରରେ ୨୭ହଜାର ୯୧୮ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିରୁ ଜଣେ ମାଲ ପ୍ରାକ୍ଟିସ ହୋଇଥିବା ବେଳେ ୨୭ହଜାର ୯୧୭ଜଣଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୨୧ହଜାର ୯୬୩ଜଣ ପରୀକ୍ଷାର୍ଥୀ ପାସ୍‌ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ହଜାର ୯୭୮ଜଣ ଛାତ୍ରୀ ଓ ୧୦ହଜାର ୯୮୫ଜଣ ଛାତ୍ର ଅଛନ୍ତି। ୫୯୫୪ ପରୀକ୍ଷାର୍ଥୀ ଏଫ୍‌ ଗ୍ରେଡ୍‌ ପାଇଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୧୪୪ଜଣ ଏ-୧ ଗ୍ରେଡ୍‌ ପାଇଥିବା ବେଳେ ୯୮୧ଜଣ ଏ-୨, ୨୦୫୫ଜଣ ବି-୧, ୩୩୧୧ଜଣ ବି-୨, ୪୭୨୧ଜଣ ସି, ୫୯୭୭ଜଣ ଡି ଏବଂ ୪୭୪୪ଜଣ ଇ ଗ୍ରେଡ୍‌ ରଖିଛନ୍ତି। ତେବେ ଭୁବନେଶ୍ୱର ବ୍ଲକରେ ଗତବର୍ଷ ତୁଳନାରେ ଚଳିତବର୍ଷ ପାସ୍‌ହାର କମିଛି। ବ୍ଲକରେ ଗତବର୍ଷ ପାସ୍‌ହାର ୭୮% ଥିବାବେଳେ ଏ ବର୍ଷ ୭୫% ରହିଛି। ସେହିପରି ଭୁବନେଶ୍ୱର ମହାନଗର ନିଗମର ପାସ୍‌ହାର ୮୨% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି’, ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ନେଇ ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ,୨୨।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଇରାନ ସମ୍ପର୍କରେ ଏକ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଇରାନ ବିରୁଦ୍ଧରେ ଏକଜୁଟ୍‌ ହେଲେ ୨୨ଟି ଦେଶ, କହିଲେ ତୁରନ୍ତ ଧମକ ବନ୍ଦ କର, ନଚେତ୍‌…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀର ସଙ୍କଟ ବିଶ୍ୱ ଅର୍ଥନୀତି ପାଇଁ ଏକ ଲାଲ ପତାକା ପାଲଟିଛି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ, ବାହାରିନ, ଜାପାନ,…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଇରାନକୁ ଟ୍ରମ୍ପଙ୍କ ସାଂଘାତିକ ଧମକ, ଦେଲେ ୪୮ ଘଣ୍ଟାର ଅଲ୍ଟିମେଟମ୍‌, ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଇରାନକୁ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଛନ୍ତି। ସେ ଚେତାବନୀ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri