ଖୋର୍ଦ୍ଧାର ୩ ବିଧାନସଭାରେ ବିଜେଡି ଆଗୁଆ

ଖୋର୍ଦ୍ଧା ଅଫିସ, ୨୩।୫: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଭାଜପା ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ଜ୍ୟୋତିନ୍ଦ୍ରନାଥ ମିତ୍ର ୩୦,୯୭୧ ଖଣ୍ଡ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ୨୦,୭୯୩ ଖଣ୍ଡ ଭୋଟ ପାଇଛନ୍ତି।
ଚିଲିକା
ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାରେ ବିଜେଡିର ପ୍ରଶାନ୍ତ ଜଗଦେବ ୧୫୫୦ ଭୋଟରେ ଆଗୁଆ ଅଛନ୍ତି। ପ୍ରଶାନ୍ତ ୧୮,୪୮୨ଖଣ୍ଡ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ୧୬, ୯୩୨ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସ୍ବାଇଁ ୧୭୯୯ ଖଣ୍ଡ ଭୋଟ ପାଇଛନ୍ତି।
ବେଗୁନିଆ
ଷଷ୍ଠ ରାଉଣ୍ଡ ସୁଦ୍ଧା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୩,୭୮୨ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ରାଜେନ୍ଦ୍ର ୧୭, ୧୫୮ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ପ୍ରଦୀପ କୁମାର ସାହୁ ୧୩,୩୭୨ଖଣ୍ଡ ଭୋଟ ସହ ଦ୍ୱିତୀୟ ଏବଂ ଭାଜପାର ରିଷଭ ନନ୍ଦ ୫,୨୪୭ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି।