ଖୋର୍ଦ୍ଧାରୋଡ୍‌ ରେଲୱେ ପକ୍ଷରୁ ହାଓଡ଼ାକୁ ଅଣ୍ଡା ପରିବହନ

ଜଟଣୀ,୬ା୪(ଡି.ଏନ୍‌.ଏ.): ଦେଶସାରା ଲକ୍‌ଡାଉନ୍‌ ଘୋଷଣା ଯୋଗୁ ରେଲୱେର ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି। ହେଲେ ରେଲୱେ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବାହନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଯଶବନ୍ତପୁର-ହାୱଡ଼ା ସମୟ ସାରଣୀ ସ୍ବତନ୍ତ୍ର ପାର୍ସଲ କାରଗୋ ଟ୍ରେନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ଯାଉଥିବା ୨୯୨ କାଟୁନ୍‌ ଅଣ୍ଡା ଖୋର୍ଦ୍ଧାରୋଡ ଷ୍ଟେଶନରୁ ରବିବାର ହାୱଡ଼ାକୁ ପରିବହନ କରାଯାଇଛି। ଅପରାହ୍ନ ସାଢ଼େ ୫ଟାରେ ଏହି ମାଲବାହୀ କାରଗୋ ଟ୍ରେନ୍‌ ହାୱଡ଼ା ଅଭିମୁଖେ ଛାଡ଼ିଥିଲା। ଏହା ପୂର୍ବରୁ ୨ତାରିଖରେ ୮ହଜାର ୩୮୦କିଲୋ ଦେଶୀ ଘିଅ ଏହି ଷ୍ଟେଶନରୁ ହାୱଡ଼ାକୁ ପଠାଯାଇଥିଲା।