ଖୋର୍ଦ୍ଧାରେ ୮କରୋନା ପଜିଟିଭ ଚିହ୍ନଟ

ଖୋର୍ଦ୍ଧା ଅଫିସ,୧୦।୬: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଏହି ସଂଖ୍ୟା ବଢ଼ୁଥିବା ବେଳେ ବୁଧବାର ଖୋର୍ଦ୍ଧା ଉପଖଣ୍ଡରେ ୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲୁଗାଁରୁ ୫, ଟାଙ୍ଗି ଓ ବାଲିପାଟଣା ବ୍ଲକରୁ ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏହା ସହ ଖୋର୍ଦ୍ଧା ପୌରାଞ୍ଚଳ ନବିନାବାଗ ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।