ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର: ଆହତ ଅବସ୍ଥାରେ ଖସିଗଲେ ଅଭିଯୁକ୍ତ ସଞ୍ଜୟ; କାର୍‌, ରକ୍ତଭିଜା ଶାର୍ଟ ଜବତ, ଜଣେ ଗିରଫ

ଭୁବନେଶ୍ୱର, ୩୦ା୬(ବ୍ୟୁରୋ): ଖୋର୍ଦ୍ଧା ଏଲ୍‌ଆଇସି ପଡ଼ିଆରେ ଶନିବାର ରାତିରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହ ଅପରାଧୀ ମୁହାଁମୁହଁି ହୋଇଛନ୍ତି। ଉଭୟ ପକ୍ଷରୁ ବହୁ ରାଉଣ୍ଡ୍‌ ଗୁଳି ବିନିମୟ ହୋଇଥିବାବେଳେ ଏସ୍‌ଟିଏଫ୍‌ ଗୁଳିରେ ଏକାଧିକ ଆହତ ହୋଇଥିବା ଜଣାପଡିଛି। ପୋଲିସ ଜଣଙ୍କୁ କାବୁ କରିନେଇଥିବାବେଳେ ବହୁ ଅପରାଧର ଅଭିଯୁକ୍ତ ସଞ୍ଜୟ ଆହତ ଅବସ୍ଥାରେ ଖସି ଯାଇଥିବା ପୋଲିସ ଅନୁମାନ କରୁଛି। ତେବେ ଧରାପଡିଥିବା ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ ଏସ୍‌ଟିଏଫ୍‌ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଉଛି। ଏଥିସହ ଘଟଣାସ୍ଥଳରୁ ପୋଲିସ ଅଭିଯୁକ୍ତଙ୍କ କାର୍‌ ଜବତ କରିଛି। ଉକ୍ତ କାର ଭିତରୁ ରକ୍ତଭିଜା ଶାର୍ଟ ଓ ଖୋକାକୁ ଜବତ କରି ତଦନ୍ତ ଚଳାଇଛି। ତଦନ୍ତରେ ବାଧା ସୃଷ୍ଟି କାରଣରୁ ଅଭିଯୁକ୍ତଙ୍କ ନାମ ପୋଲିସ ପ୍ରକାଶ କରୁ ନ ଥିବାବେଳେ ତାଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ସୂଚନା ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଖଣି ମାଫିଆ ଓ ନିଶା ବେପାରୀଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଟାର୍ଗେଟ କରିଛି। ଖୋର୍ଦ୍ଧା ଅଞ୍ଚଳର ସଞ୍ଜୟ ପ୍ରଧାନ ଓ ଅନିଲ ବରାଳ ବେଆଇନ ପଥର ଖଣି ଓ ଚୋରା ନିଶା କାରବାର ଚଳାଉଥିବା ଅଭିଯୋଗ ରହିଛି। ସେମାନଙ୍କ ନାମରେ ଦାଦାବଟି ମାଗିବା ସହ ବନ୍ଧୁକ ଦେଖାଇ ଧମକାଇବା ଆଦି ମାମଲା ରହିଛି। ଏପରିକି ସେମାନେ ବାଂଲାଦେଶରୁ ନିଶାଦ୍ରବ୍ୟ ଆଣି ଖୋର୍ଦ୍ଧା ସମେତ ଅନ୍ୟ ଜିଲାରେ ର଼୍ୟାକେଟ ଚଳାଇଥିବା ପୋଲିସ ନିକଟରେ ଖବର ପହଞ୍ଚତ୍ଥିଲା। ତେଣୁ ଏସ୍‌ଟିଏଫ୍‌ ସେମାନଙ୍କ ଉପରେ ନଜର ରଖିଥିଲା। ଖୋର୍ଦ୍ଧା ଏସ୍‌ଡିପିଓଙ୍କ ଅଫିସ୍‌ଠାରୁ ୩ କିମି ଦୂର ଏଲ୍‌ଆଇସି ପଡ଼ିଆରେ ସେମାନେ ଆଡ୍ଡା ଜମାଇଥିବା ଖବର ମିଳିବା ପରେ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ଏସ୍‌ଟିଏଫ୍‌ ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ ରାତି ପ୍ରାୟ ସାଢ଼େ ୧୦ଟାବେଳେ ସେଠାରେ ଚଢାଉ କରିଥିଲା। ଅଭିଯୁକ୍ତମାନେ ଏକ କାର(ଓଡି-୦୨ଭି-୩୮୮୦)ରେ ରହି ନିଶା କାରବାର କିମ୍ବା କୌଣସି ଅପରାଧ ପାଇଁ ଯୋଜନା କରୁଥିଲେ। ପୋଲିସ ଚଢ଼ାଉ କରିଥିବା ଜାଣିବା ପରେ ସେମାନେ କାର୍‌ ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କ ଆଗରେ ଗାଡ଼ି ଥୋଇଥିବାରୁ ଖସି ନ ପାରି ପ୍ରଥମେ ପୋଲିସ ଉପରକୁ ଦୁଇ ରାଉଣ୍ଡ୍‌ ଗୁଳି କରିଥିଲେ। ତୁରନ୍ତ ଏସ୍‌ଟିଏଫ୍‌ ଟିମ୍‌ ଜବାବ ଦେବାକୁ ଘେରିଯାଇ ଚାରିପଟୁ ଗୁଳି ଚଳାଇଥିଲା। ପୋଲିସର ପ୍ରତିଆକ୍ରମଣକୁ ସାମ୍ନା କରି ନ ପାରି କାର୍‌ ଛାଡି ଖସି ଯାଉଥିଲେ। ଏହି ସମୟରେ ଏସ୍‌ଟିଏଫ୍‌ ଜଣଙ୍କୁ କାବୁ କରି ନେଇଥିଲେ। ଅନ୍ୟଜଣଙ୍କ ଗୋଡ଼ରେ ଗୁଳି ବାଜିଥିଲା, ହେଲେ ସେ ଅନ୍ଧାରର ସୁଯୋଗ ନେଇ ଖସି ଯାଇଥିବାବେଳେ କାରରେ ସେ ରକ୍ତଲଗା ଶାର୍ଟ ଛାଡ଼ିଦେଇଥିବା ପୋଲିସ ଅନୁମାନ କରୁଛି। ସେମାନେ ବସିଥିବା କାର ସିଟ୍‌ରେ ବହୁ ସ୍ଥାନରେ ଗୁଳି ବାଜିଥିବାରୁ ଏକାଧିକ ଆହତ ହୋଇଥିବା ଓ ସେମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଟିମ୍‌ ଆଖପାଖରେ ତଲାସି କରିଥିଲେ ମଧ୍ୟ ସେମାନଙ୍କୁ ଧରିପାରିନି। ତେବେ ସେମାନଙ୍କ ଦେହରେ ଗୁଳି ବାଜିଥିବାରୁ ନିଶ୍ଚିତ କୌଣସି ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇପାରନ୍ତି। ତେଣୁ ଆଖପାଖ ଡାକ୍ତରଖାନା ଉପରେ ପୋଲିସ ନଜର ରଖିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri