ଖୋର୍ଦ୍ଧାରୁ ୧୯ କରୋନା ପଜିଟିଭ୍‌ ଚିହ୍ନଟ

ଖୋର୍ଦ୍ଧା ଅଫିସ,୪।୬: ଖୋର୍ଦ୍ଧା ଉପଖଣ୍ଡରେ ଗୁରୁବାର ପୁଣି ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲୁଙ୍ଗାରୁ ୫, ଟାଙ୍ଗରିୁ ୮, ବେଗୁନିଆ ୨ ଓ ଖୋର୍ଦ୍ଧା ବ୍ଳକ ୪ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି। ସମସ୍ତେ ସଂଘରୋଧ ଗୃହରେଥିଲେ। ଆକ୍ରାନ୍ତ ସମସ୍ତଙ୍କୁ ଭୁବନେଶ୍ବର କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।