ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କଲା ସେସୁ

ଖୋର୍ଦ୍ଧା ଅଫିସ,୧୬।୧: ପ୍ରଥମେ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କରିଛି ସେସୁ। ବକେୟା ଥିବା ବିଦ୍ୟୁତ୍‌ ଗ୍ରାହକମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍‌ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି। ଖୋର୍ଦ୍ଧା ସବ୍‌ଡିଭିଜନରେ ୯ଟି ସ୍କ୍ବାଡ୍‌ ସାମିଲ ହୋଇଛନ୍ତି। ୫୧୦୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ଗୁରୁବାର ଏହି ଚଢ଼ାଉ ଫଳରେ ବାକି ଥିବା ବିଲ୍‌ ସଂଗ୍ରହ ଆରମ୍ଭ ହୋଇଛି। ଦାଖଲ କରୁଥିବା ଗ୍ରାହକଙ୍କ ପୁନଃ ସଂଯୋଗ ମଧ୍ୟ କରାଯାଉଥିବା ସୂଚନା ମିଳିଛି।