Posted inଖେଳ

ଖେଳାଳି ଚୟନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବ: ସଞ୍ଜୟ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ”ଓଡ଼ିଶା କ୍ରିକେଟ ଦଳରେ ଚୟନ ପ୍ରକ୍ରିୟାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠି ଆସୁଛି। ଏଥିରେ ମୁଁ ଆଦୌ ଖୁସି ନୁହେଁ। ତେଣୁ ଓଡ଼ିଶା କ୍ରିକେଟ ଦଳରେ ଚୟନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବା ଉପରେ ମୁଁ ଅଧିକ ଗୁରୁତ୍ୱ ଦେଉଛି। ଖେଳାଳି ରାଜ୍ୟର ଯେ କୌଣସି ଜିଲାର ହୋଇଥାଉନା କାହିଁକି ଯଦି ତା ନିକଟରେ ପ୍ରତିଭା ଥିବ ସେ ଯେପରି ରଜ୍ୟ ଦଳରେ ସ୍ଥାନ ପାଇବ ଏବଂ ଓଡ଼ିଶା ଖେଳାଳିମାନେ କିପରି ଜାତୀୟ ଦଳରେ ସ୍ଥାନ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯିବ“ ବୋଲି ବୁଧବାର ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ (ବିଏଏ) ପକ୍ଷରୁ ସମ୍ବର୍ଦ୍ଧିତ ହେବା ଅବସରରେ ପ୍ରକାଶ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନର ନୂଆ ସମ୍ପାଦକ ସଞ୍ଜୟ ବେହେରା। ଆଗାମି ଦିନରେ ରାଜ୍ୟରେ କ୍ରିକେଟର ଉନ୍ନତି ପାଇଁ କେତେକ ଯୋଜନା ପ୍ରସ୍ତୁତ କରାଯାଉଛି। ସେଥିରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯିବ। କେହି ଉପଯୁକ୍ତ ପରାମର୍ଶ ଦେଇ ପାରିଲେ ତାହାକୁ ମଧ୍ୟ ଗ୍ରହଣ କରାଯିବ। ସର୍ବୋପରି ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତିମାନ ନିଆଯିବ ବୋଲି ସଞ୍ଜୟ କହିଛନ୍ତି। ଓଡ଼ିଶା କ୍ରିକେଟକୁ ଭୁବନେଶ୍ୱରର ଅବଦାନ ଅନେକ। ଏଠାରେ ଏକାଧିକ ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିଛନ୍ତି। ଆଗାମି ଦିନରେ ମଧ୍ୟ ଏହା ଜାରି ରହୁବୋଲି ମୁଁ ଆଶା କରିବି। ମୁଁ ମୋ ଲକ୍ଷ୍ୟ ପଥରେ ଅଗ୍ରସର ହେବାପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗ ଆଶା କରୁଛି ବୋଲି ସଞ୍ଜୟ ପ୍ରକାଶ କରିଛନ୍ତି। ବିଏଏ ପକ୍ଷରୁ ସଞ୍ଜୟଙ୍କ ବ୍ୟତୀତ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ନବନିର୍ବାଚିତ କର୍ମକର୍ତ୍ତାମାନେ ଅନୁପସ୍ଥିତ ଥିଲେ।

ଦ୍ୱିତୀୟ କ୍ରିକେଟ ଷ୍ଟାଡିୟମ ହେବ-
ସମ୍ବର୍ଦ୍ଧିତ ହେବା ଅବସରରେ ଓସିଏ ସଭାପତି ପଙ୍କଜ କହିଲେ ଯେ, ଏବେ ବିସିସିଆଇରେ ପରିବର୍ତ୍ତନ ଆସିଛି, ଓସିଏରେ ମଧ୍ୟ ନୂଆ କର୍ମକର୍ତ୍ତା ନିର୍ବାଚନ ହୋଇଛନ୍ତି। ତେଣୁ କିଛି ଗୋଟିଏ ନୂଆ ହେବ ବୋଲି ସମସ୍ତେ ଆଶା କରିଛନ୍ତି। ଏ ସମ୍ପର୍କରେ ଓସିଏ ସମ୍ପାଦକ ସଞ୍ଜୟ କିଛି ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାକି ଆମକୁ ଭଲ ଲାଗିଛି। ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପରେ ତାହା ଯେପରି କାର୍ଯ୍ୟକାରୀ ହେବ ତାକୁ ନଜର ଦେବୁ। ଓଡ଼ିଶାରେ ଦ୍ୱିତୀୟ କ୍ରିକେଟ ଷ୍ଟାଡିୟମ ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସରକାର ଓ ବିସିସିଆଇ ସହିତ ଆଲୋଚନା ହୋଇଛି। ଆମ କାର୍ଯ୍ୟକାଳ ମଧ୍ୟରେ ତାହା ଯେପରି ଆରମ୍ଭ ହୋଇପାରିବ ତା ଉପରେ ଧ୍ୟାନ ଦିଆଯିବ। ରାଜ୍ୟ କ୍ରିକେଟର ବିକାଶରେ ଭୁବନେଶ୍ୱରର ଅବଦାନ ଅନେକ ବୋଲି ପଙ୍କଜ ପ୍ରକାଶ କରିଛନ୍ତି।
ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ବିଏଏ ସଭାପତି ତଥା ବିଧାୟକ ସୁରେଶ ରାଉତରାୟ। ବିଏଏ ସମ୍ପାଦକ ଡ.ସୌର୍ଯ୍ୟରଞ୍ଜନ ପରିଜା, ଉପସଭାପତି ସନ୍ତୋଷ କୁମାର ଦାସ, ଯୁଗ୍ମ ସମ୍ପାଦକ ନବରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ରଘୁନାଥ ପଣ୍ଡା, କ୍ରିକେଟ ସମ୍ପାଦକ ଅଶୋକ ପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ସଭାପତି ତପନ ମହାନ୍ତି ଓ ସମ୍ପାଦକ ଦିଲୀପ ଦାସ ଓସିଏ କର୍ମକର୍ତ୍ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ସିଟି କ୍ଲବ ଏବଂ ଚନ୍ଦ୍ରଶେଖରପୁର ଆଥଲେଟିକ୍‌ ଆସୋସିଏଶନ ପକ୍ଷରୁ ମଧ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟାଉନ୍‌କ୍ଲବ ପକ୍ଷରୁ ବିଏଏ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ କ୍ଲବର ସଭାପତି, ସମ୍ପାଦକ, ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସ, ଅନେକ ରଣଜୀ ଖେଳାଳି, ପ୍ରତିଷ୍ଠିତ କ୍ରିକେଟ କୋଚ୍‌ କିଶୋର ମାଣିଆ ଏବଂ ବିଏଏର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri