ଖେଳାଳିଙ୍କ ଜର୍ସି ଉପରେ ମତ ଦେଇ ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ, ୧।୭: ବଲିଉଡ ଅଭିନେତ୍ରୀ ହ୍ୟୁମା କ୍ୟୁରେସୀ ଭାରତୀୟ କ୍ରିକେଟ ଦଳର ଜର୍ସି ଉପରେ ମତ ଦେଇ ଟ୍ରୋଲ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ କମଳା ଏବଂ ବ୍ଲୁ ମିଶା ନୂଆ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲା। ପରେ ଇଂଲଣ୍ଡଠାରୁ ୩୧ ରନରେ ଭାରତ ପରାସ୍ତ ହେବା ପରେ ହ୍ୟୁମା ନିଜ ଟୁଇଟରରେ, ଦୟାକରି ଭାରତୀୟ ଦଳ ପୁଣି ଥରେ ବ୍ଲୁ ଜର୍ସିରେ ଫେରୁ ବୋଲି ମତ ଦେଇଥିଲେ। ଏହାପରେ କ୍ରିକେଟ ଫ୍ୟାନ୍‌ମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। ଜର୍ସି ନୁହେଁ, ଆପଣଙ୍କ ନଜର ବଦଳାନ୍ତୁ, ଏବେ ୧୯୯୦ ନୁହେଁ, ୨୦୧୯ ମସିହା ଚାଲିଛି ବୋଲି ୟୁଜର୍ସ ମତ ଦେଇଛନ୍ତି।

Share