Posted inଖେଳ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ସଫଳ ଆୟୋଜନ ଉପରେ କ୍ରୀଡ଼ାମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୬।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ମାସ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଓଡ଼ିଶାରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ ଉପରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ବୁଧବାର କ୍ରୀଡ଼ାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ା ଏହି ମେଗା ଇଭେଣ୍ଟର ଆୟୋଜନ ଲାଗି କ’ଣ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ସଂପର୍କରେ କ୍ରୀଡ଼ାମନ୍ତ୍ରୀ ତଦାରଖ କରିଥିଲେ। ଖେଳାଳିମାନେ ଆସିବାଠାରୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ସୁପରିଚାଳନା ନେଇ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଉଦ୍‌ଘାଟନ ଏବଂ ଉଦ୍‌ଯାପନ ଉତ୍ସବର ସଫଳ ଆୟୋଜନ, କଳିଙ୍ଗ ଷ୍ଟାଡିୟମ୍‌, କିଟ୍‌, କଟକ ସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ ଆଦି ବିଭିନ୍ନ ସ୍ଥାନରେ ହେବାକୁ ଥିବା ଖେଳର ଆୟୋଜନ ଲାଗି କ’ଣ ପ୍ରସ୍ତୁତି ହୋଇଛି ସେ ବିଷୟରେ କ୍ରୀଡ଼ାମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କଠାରୁ ଅବଗତ ହୋଇଥିଲେ ା
ବର୍ତ୍ତମାନ ସୁଦ୍ଧା ୧୭୭ଟି ବିଶ୍ୱବିଦ୍ୟାଳୟ ନାମ ପଞ୍ଜୀକୃତ କରିଥିବାବେଳେ ୩୦୦୦ ପାଖାପାଖି ଖେଳାଳି ଓ ଅଫିସିଆଲ୍‌ ଏଥିରେ ଅଂଶଗ୍ରହଣ କରିବାର ଆଶା ରହିଛି। ଖେଳାଳି ଓ ଅଫିସିଆଲ୍‌ମାନଙ୍କ ପାଇଁ କିଟ୍‌ରେ ରହିବାର ବ୍ୟବସ୍ଥା କରାଯାଇଛି ା ଏଥିରେ ହେବାକୁ ଥିବା ୧୭ଟି ଇଭେଣ୍ଟ ମଧ୍ୟରୁ ୨ଟି କଟକରେ ଖେଳାଯିବାକୁ ଥିବାବେଳେ ଅନ୍ୟ ଇଭେଣ୍ଟଗୁଡ଼ିକ କଳିଙ୍ଗ ଷ୍ଟାଡିୟମ୍‌, କିଟ୍‌, ସାଇ ଇଣ୍ଟରନ୍ୟାସନାଲ୍‌ ଏବଂ ବାରଙ୍ଗରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ା ଚଳିତ ମାତ ୨୧ ତାରିଖରେ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ମେଗା ଇଭେଣ୍ଟର ସଫଳ ଆୟୋଜନ ସହ ଏଠାକୁ ଆସୁଥିବା ପ୍ରତ୍ୟେକ ଖେଳାଳି ଓ ଅଫିସିଆଲ୍‌ ଏକ ଭଲ ଅନୁଭବ ନେଇ ଯିବେ ତାହାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକୁ ସଫଳତାର ସହ ଆୟୋଜନ ଲାଗି କ୍ରୀଡ଼ା ବିଭାଗ, ସାଇ, କିଟ ଏବଂ ଖେଳ ଆୟୋଜନକାରୀ ସଂସ୍ଥା ସଜାଗ ରହିବାକୁ ମନ୍ତ୍ରୀ କହିଥିଲେ ା ଓଡ଼ିଶାରେ କ୍ରୀଡ଼ାକୁ ଶିଖରରେ ପହଞ୍ଚାଇବାର ଯେଉଁ ଲକ୍ଷ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଛନ୍ତି, ତାହାର ସଫଳ ରୂପାୟନ ସହ ରାଜ୍ୟର ଗରିମାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ କ୍ରୀଡ଼ା ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ମନ୍ତ୍ରୀ ବେହେରା ଆହ୍ବାନ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri